ଶୁଦ୍ଧିକ୍ରିୟାକୁ ଯାଉଥିଲେ, ଶବ ହୋଇ ଫେରିଲେ ; ଦୁଇ ଦିନ ରେ ୪ ଜୀବନ ଗଲା, ରାସ୍ତା ବେଆଇନ ଡିଜାଇନକୁ ନେଇ ଉଠିଲା ପ୍ରଶ୍ନ ?
ବରଗଡ଼, ୦୪/୦୯(ବିଜୟ ସାହୁ): ବରଗଡ଼ ବରାହଗୋଡ଼ା ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ସହ ଧକ୍କାରେ ଚାଲିଗଲା ଦୁଇଟି ମୂଲ୍ୟବାନ ଜୀବନ। ମୃତକ ଦୁଇଜଣ ହେଲେ ବରଡୋଲ ଦେଓଗାଁ ଗ୍ରାମର ଶ୍ରୀମୁଖ ଭୁଏ ଓ ପିଣ୍ଟୁ ଭୁଏ।
Ad..
ଉଭୟ ଆଜି ଭେଡେନ ଥାନା ଅନ୍ତର୍ଗତ ତାଲପାଲି ଗ୍ରାମକୁ ଏକ ଶୁଦ୍ଧିକ୍ରିୟା କାର୍ଯ୍ୟରେ ଯୋଗଦେବା ପାଇଁ ଘରୁ ବାହାରିଥିଲେ। କିନ୍ତୁ ବରଗଡ଼-ବରାହଗୋଡ଼ା ରାସ୍ତାର ବିକାଶ ହସ୍ପିଟାଲ ସମ୍ମୁଖରେ ଟ୍ରକ୍ ସହ ଦୁର୍ଘଟଣା ଘଟିଥିଲା।
ଘଟଣାସ୍ଥଳରେ ଶ୍ରୀମୁଖ ଭୁଏଙ୍କ ମୃତ୍ୟୁ ହୋଇଥିବାବେଳେ, ଗୁରୁତର ଆହତ ପିଣ୍ଟୁ ଭୁଏଙ୍କୁ ବୁର୍ଲା ନିଆଯାଉଥିବା ସମୟରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଦୁଇଟି ପରିବାରର ଖୁସି ଛଡ଼ାଇଦେଲା ଏହି ଦୁର୍ଘଟଣା।
ଏପଟେ ବରାହଗୋଡ଼ା ରାସ୍ତାର ଡିଜାଇନକୁ ନେଇ ପୁଣି ଉଠିଛି ବଡ଼ ପ୍ରଶ୍ନ। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଅଶୋକା ବିଲଡକନ୍ ଦ୍ୱାରା ନିର୍ମିତ ଏହି ରାସ୍ତାର ଡିଜାଇନରେ ତ୍ରୁଟି ଥିବାରୁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି।
ଆଉ କେତେ ଜୀବନ ଗଲେ ଚେତିବ ପ୍ରଶାସନ? ଆଉ କେତେ ପରିବାର ଉଜୁଡ଼ିଲେ ସୁଧୁରିବ ଏହି ରାସ୍ତା? ବରାହଗୋଡ଼ା ରାସ୍ତାର ତୁରନ୍ତ ଟେକ୍ନିକାଲ ଯାଞ୍ଚ କରାଯାଇ ଦୁର୍ଘଟଣା ରୋକିବା ପାଇଁ ଆବଶ୍ୟକ ସୁଧାର କରାଯିବାକୁ ଦାବି ହେଉଛି।
ସେହିପରି ଆଜି ପୁଣି ଦୂର୍ଘଟଣା ଘଟିଛି ବରଗଡ଼ ଭଟଲି ରାସ୍ତା ମେଢ଼ାପାଲି ପାଳିରେ ବାଇକ ଓ ପିକଅଫ ମଧ୍ୟରେ ଦୁର୍ଘଟଣା, ମୃତ୍ୟୁ ବ୍ୟକ୍ତି ମଧ୍ୟରୁ ଜଣକର ପରିଚୟ ମିଳିଥିବା ବେଳେ ଆଉ ଜଣକର ପରିଚୟ ମିଳିପାରିନାହିଁ, ଘଟଣା ସ୍ଥଳକୁ ଭଟଲି ପୋଲିସ ପହିଞ୍ଚି ଦୁର୍ଘଟଣା ଘଟାଇ ଥିବା ପିକଅପ ଗାଡିକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି।
ବରଗଡ଼ ଜିଲ୍ଲା ପଦ୍ମପୁର ବିଜୁ ଏକ୍ସପ୍ରେସ ରାସ୍ତା ରେ ଡିଭାଇଡର ଭାଙ୍ଗି ବେଆଇନ ରାସ୍ତା ତିଆରି କରାଯାଇ ଜିବାଆସିବା କରାଯାଉଥିବା ରୁ ଛୋଟ ବଡ଼ ଦୂର୍ଘଟଣା ଘଟି ଧନ ଜୀବନ କ୍ଷତି ଘଟୁଛି ଯାହାକି ଜିଲ୍ଲାପାଳଙ୍କ ଗ୍ରିଭେନ୍ସ ରେ ଲିଖିତ ଅଭିଯୋଗ କଲେ ମଧ୍ୟ କୈଣସି ପ୍ରତିକାର କରାଯାଉ ନାହିଁ ଫଳରେ ଆସନ୍ତା ଦିନରେ ବେଆଇନ ଡିଭାଇଡର ସ୍ଥାନରେ ଦୂର୍ଘଟଣା ହେଲେ ବଡ ଧରଣର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।
Edited by k.s thakur...


