ତୁରେକେଲାରେ ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’; ଯୁବପିଢ଼ିଙ୍କୁ ସଚେତନ କଲା ପୋଲିସ ଓ ଶିକ୍ଷକ ସମାଜ...

ତୁରେକେଲାରେ ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’; ଯୁବପିଢ଼ିଙ୍କୁ ସଚେତନ କଲା ପୋଲିସ ଓ ଶିକ୍ଷକ ସମାଜ...


ତୁରେକେଲା,୦୧/୦୯(ରୁରେନ୍ଦ୍ର ସୁନାନୀ) : ବଲାଙ୍ଗୀର ଜିଲ୍ଲାର ତୁରେକେଲା ସ୍ଥିତ ରାଜୀବ ଗାନ୍ଧୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ତୁରେକେଲା ପୋଲିସ ପକ୍ଷରୁ ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନୁଷ୍ଠିତ ହୋଇଥିଲା। 

        Ad..


ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରି ଏକ ସୁସ୍ଥ, ସୁନ୍ଦର ଓ ନିଶାମୁକ୍ତ ସମାଜ ଗଠନ କରିବା ଉଦ୍ଦେଶ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀ ଜଳନ୍ଧର ମହାଖୁଡ଼, ତୁରେକେଲା ଥାନାର ଆଇଆଇସି ଶ୍ରୀ ରାକେଶ ବେହେରା...

ଅଧ୍ୟାପକ ଶ୍ରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଏସଆଇ ଶ୍ରୀ ସରୋଜ ରଞ୍ଜନ ରଥ, ଶ୍ରୀ ସୁଶାନ୍ତ କୁମାର ଭୋଇ, ୟୁଥ୍ ରେଡକ୍ରସ ପରାମର୍ଶଦାତା ତଥା ଅଧ୍ୟାପକ ଶ୍ରୀ ପ୍ରଶାନ୍ତ ମେହେର ଏବଂ ପିଇଟି ଶ୍ରୀ ପ୍ରବୀର କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଅତିଥିମାନେ ନିଜ ଉଦବୋଧନରେ କହିଥିଲେ ଯେ, ନିଶାଦ୍ରବ୍ୟ ସେବନ କେବଳ ବ୍ୟକ୍ତିର ସ୍ୱାସ୍ଥ୍ୟକୁ ନୁହେଁ, ପରିବାର ଓ ସମାଜର ଭବିଷ୍ୟତକୁ ମଧ୍ୟ କ୍ଷତିଗ୍ରସ୍ତ କରିଥାଏ। ବିଶେଷକରି ଛାତ୍ରଛାତ୍ରୀମାନେ ନିଶା ଠାରୁ ଦୂରେଇ ରହି ଶିକ୍ଷା, ଚରିତ୍ର ଗଠନ ଓ ସମାଜସେବାରେ ନିଜକୁ ନିୟୋଜିତ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ଆବଶ୍ୟକ। 

ସମାଜରୁ ନିଶାର କୁପ୍ରଭାବ ଦୂର କରିବାରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ ଅଧ୍ୟାପକ ଶ୍ରୀ ଯୁଗଳ କିଶୋର ପଟେଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏସଆଇ ଶ୍ରୀ ସୁଶାନ୍ତ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। 

ଉପସ୍ଥିତ ଛାତ୍ରଛାତ୍ରୀମାନେ ନିଶାମୁକ୍ତ ସମାଜ ଗଠନରେ ସହଯୋଗ କରିବା ସହ ନିଜେ କେବେ ମଧ୍ୟ କୌଣସି ପ୍ରକାର ନିଶାଦ୍ରବ୍ୟ ସେବନ ନ କରିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ।

ଏହି ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଧ୍ୟାପିକା ଶ୍ରୀମତୀ ଶ୍ରାବଣୀ ବାରିକ,ଶ୍ରୀମତୀ ପୂର୍ଣ୍ଣିମା ମେହେର, କୁମାରୀ ସୋମି ମହାଖୁଡ଼, ଅଧ୍ୟାପକ ଘନଶ୍ୟାମ ଶବର, ସନ୍ତୋଷ ଛତ୍ରିଆ, ରୋଶନ ମେହେରଙ୍କ ସମେତ ପୋଲିସ କର୍ମଚାରୀବୃନ୍ଦ ସକ୍ରିୟ ସହଯୋଗ କରିଥିଲେ। 

ସେହିପରି ଶ୍ରୀ ଜଗଦିଶ ଛତ୍ରିଆ, ଶ୍ରୀ ସତ୍ୟ ରାଉତ ଏବଂ ଶ୍ରୀ ମୃଦଙ୍ଗ ଖରସେଲ କାର୍ଯ୍ୟକ୍ରମର ସୁପରିଚାଳନା ଓ ସଫଳ ଆୟୋଜନ ପାଇଁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିଥିଲେ।ଶେଷରେ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତେ ଏକାଠି ହୋଇ ସଚେତନତାର ବାର୍ତ୍ତା ପ୍ରଚାର କରିବା ଓ ଯୁବସମାଜକୁ ସଠିକ୍ ମାର୍ଗଦର୍ଶନ ଦେବାକୁ ଆହ୍ୱାନ ଜଣାଯାଇଥିଲା।



Edited by k.s thakur...

Post a Comment

Previous Post Next Post