୩୦୦ ଟଙ୍କା ମୋବାଇଲ ରିଚାର୍ଜ ପାଇଁ ଜୀବନ ହାରିଲେ ନାବାଲାକ!...

୩୦୦ ଟଙ୍କା ମୋବାଇଲ ରିଚାର୍ଜ ପାଇଁ ଜୀବନ ହାରିଲେ ନାବାଲାକ!...


କଣ୍ଟାବାଞ୍ଜି,୦୧/୦୯(ନି.ପ୍ର): ୩୦୦ ଟଙ୍କା ମୋବାଇଲ ରିଚାର୍ଜ ପାଇଁ ଜୀବନ ହାରିଲେ ନାବାଲାକ!ସୂଚନା ଅନୁସାରେ,ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁଲିଆଦୋର ଗ୍ରାମର ୧୪ ବର୍ଷୀୟ ଦେବେନ୍ଦ୍ର ବନଛୋର ମୋବାଇଲ୍ ରିଚାର୍ଜ କରିବା ପାଇଁ ନିଜ ବାପା-ମା’ଙ୍କୁ ୩୦୦ ଟଙ୍କା ମାଗିଥିଲେ। 

                Ad..


କିନ୍ତୁ ବାପା-ମା’ ଟଙ୍କା ଦେବାକୁ ମନା କରିବାରୁ ଘରେ ପାଟିତୁଣ୍ଡ ଓ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।ଏଥିରେ ମନଦୁଃଖ କରି ଦେବେନ୍ଦ୍ର ଘର ବାହାରେ ଥିବା ଏକ ଗଛରେ ଦଉଡ଼ି ଦେଇ ଝୁଲି ପଡ଼ିଥିଲେ।ଘଟଣା ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ନାବାଳକଙ୍କୁ ତୁରନ୍ତ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। 

ହେଲେ ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ କଣ୍ଟାବାଞ୍ଜି ଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। 

ମାତ୍ର ୩୦୦ ଟଙ୍କା ପାଇଁ ଏପରି ଅକାଳରେ ଜଣେ କୋମଳମତି ଶିଶୁର ଜୀବନ ଚାଲିଯିବା ଘଟଣା ସମଗ୍ର କଣ୍ଟାବାଞ୍ଜି ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି।

ଏ ଘଟଣା କୁ ନେଇ କଣ୍ଟାବାଞ୍ଜି ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ ଙ୍କୁ ଫୋନ୍ ମାଧ୍ୟମ ରେ ଯୋଗାଯୋଗ କରାଯାଇଥିଲା, ହେଲେ ତାଙ୍କ ମୋବାଇଲ ନେଟୱର୍କ କ୍ଷେତ୍ର ରୁ ବାହାରେ ଥିବା ଯୋଗୁଁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।



Edited by k.s thakur...

Post a Comment

Previous Post Next Post