ପଦ୍ମପୁରରେ ଧୁମଧାମରେ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ ; ସ୍ୱରାଜସ୍ୱ ବୃଦ୍ଧି ପାଇଁ ଶ୍ରେଷ୍ଠ ଏନ.ଏ.ସି ଭାବେ ପଦ୍ମପୁର ଦୁଇ କୋଟିର ଅର୍ଥରାଶି ରେ ପୁରସ୍କୃତ...

ପଦ୍ମପୁରରେ ଧୁମଧାମରେ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ ; ସ୍ୱରାଜସ୍ୱ ବୃଦ୍ଧି ପାଇଁ ଶ୍ରେଷ୍ଠ ଏନ.ଏ.ସି ଭାବେ ପଦ୍ମପୁର ଦୁଇ କୋଟିର ଅର୍ଥରାଶି ରେ ପୁରସ୍କୃତ...


ବରଗଡ଼/ପଦ୍ମପୁର,୩୧/୦୮(ବିଜୟ ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଆନୁକୂଲ୍ୟରେ ସ୍ଥାନୀୟ ଟାଉନ ହଲ ପରିସରରେ ଆଡ଼ମ୍ବର ସହକାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। 

           Ad..


ଏହି ଅବସରରେ ପଦ୍ମପୁରବାସୀ ଆଭାସୀ ମାଧ୍ୟମରେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ। ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

           Ad..


ପଦ୍ମପୁର ଏନ୍ ଏ ସି ର ରାଜସ୍ୱ ବୃଦ୍ଧି (Own Source Revenue Development) କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପଦ୍ମପୁର ଏନଏସିକୁ ରାଜ୍ୟର ଶ୍ରେଷ୍ଠ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ଭାବେ ପୁରସ୍କୃତ କରାଯାଇଛି। 

ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପଦ୍ମପୁର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝି, ଅଧ୍ୟକ୍ଷ ସାବିତ୍ରୀ ବାଗ ଓ ଉପାଧ୍ୟକ୍ଷ ଉପସ୍ଥିତ ରହି ଏହି ସମ୍ମାନଜନକ ପୁରସ୍କାର ସହିତ ଦୁଇ କୋଟିର ଅର୍ଥରାଶି ଗ୍ରହଣ କରିଥିଲେ। 

ପଦ୍ମପୁର ଟାଉନ ହଲଠାରେ ଆୟୋଜିତ ଶ୍ବାୟତ୍ତ ଶାସନ ସମାରୋହ ଉତ୍ସବରେ ବରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୁଏ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କେଶ ରଞ୍ଜନ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସ୍ୱାୟତ୍ତ ଶାସନର ମହତ୍ତ୍ୱ ଓ ନଗର ଉନ୍ନୟନ ଉପରେ ବକ୍ତବ୍ୟ ରଖିଥିଲେ। 

ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ସୁନୀଲ ଅଗ୍ରୱାଲ,  ବିଧାୟକ ପ୍ରତିନିଧି ଭାବେ ନବ କିଶୋର ସାହୁ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନତ ପାଢ଼ୀ, ପଦ୍ମପୁର ଡିସିବି ବ୍ୟାଙ୍କର ଶାଖା ପରିଚାଳକ ଏମ୍. ରାଜେଶ ଏବଂ ଏନଏସିର କାଉନସିଲର ଉପସ୍ଥିତ ଥିଲେ।

ଏହି ସମାରୋହରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମାଜସେବା, ସାମ୍ବାଦିକତା ଓ ସାମାଜିକ ଅବଦାନ ପାଇଁ ଅଞ୍ଚଳର ୮୫ ଜଣ ବରିଷ୍ଠ ନାଗରିକ, ସମାଜସେବୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ସାମ୍ବାଦିକଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। 

ଏହାସହିତ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୬୦ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପଦ୍ମପୁର ଡିସିବି ବ୍ୟାଙ୍କ ତରଫରୁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା।



Edited by k.s thakur...

Post a Comment

Previous Post Next Post