ଉଲ୍ଲାସ କାର୍ଯ୍ୟକ୍ରମ ନେଇ କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ...
କଣ୍ଟାବାଞ୍ଜି, ୦୩/୦୯(ନି.ପ୍ର) : ଉଲ୍ଲାସ (ULLAS) କାର୍ଯ୍ୟକ୍ରମ ଅଧୀନରେ ଶିକ୍ଷାର୍ଥୀଙ୍କ ଚିହ୍ନଟ, ପଞ୍ଜୀକରଣ, ଟ୍ୟାଗିଂ ଓ ସର୍ଟଲିଷ୍ଟିଂ ସମ୍ପର୍କରେ ଏକ କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କଣ୍ଟାବାଞ୍ଜିସ୍ଥିତ ଝାଙ୍କରପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।
Ad..
ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଦିନେଶ ମହାନନ୍ଦଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣରେ ଆରପି ଭାବେ ଜାନକୀ ରାମ ସାମବେଦମ୍, ସବିତା ପାଣିଗ୍ରାହୀ ଓ ବୈଜୟନ୍ତୀ ବାଗ ଯୋଗଦେଇ ଉଲ୍ଲାସ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଶିକ୍ଷାର୍ଥୀ ଚିହ୍ନଟ ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯଶୋଦା ବିଡିକା ଏବଂ ୱାର୍ଡ ମେମ୍ବର ଗୁପ୍ତେଶ୍ୱର ତରିଆ ଉପସ୍ଥିତ ରହି ଉଲ୍ଲାସ କାର୍ଯ୍ୟକ୍ରମର ସଫଳତା ପାଇଁ ନିଜର ମତାମତ ରଖିଥିଲେ।
ଏହି ପ୍ରଶିକ୍ଷଣରେ କଣ୍ଟାବାଞ୍ଜି କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀ, ସର୍ଭେୟର, ସ୍ୱେଚ୍ଛାସେବୀ/ଇଚ୍ଛାକୃତ ଶିକ୍ଷକ-ଶିକ୍ଷୟିତ୍ରୀ, ସମାଜସେବୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ-ସଭ୍ୟାମାନେ ଯୋଗଦେଇଥିଲେ।
ଉଲ୍ଲାସର ମୂଳ ଲକ୍ଷ୍ୟ— “ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଚିହ୍ନଟ କରି ଶିକ୍ଷାର ମୁଖ୍ୟଧାରାରେ ସାମିଲ କରିବା” ଦିଗରେ ଏହି ପ୍ରଶିକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଆୟୋଜକଙ୍କ ପକ୍ଷରୁ ପ୍ରକାଶ କରାଯାଇଛି।
Edited by k.s thakur...
Tags:
kantabanji


