ସତ୍ୟ ମହିମା ଯୋଗ ସାଧନା କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ ଆରମ୍ଭ ; ସୂର୍ଯ୍ୟ ନମସ୍କାରରେ ଯୋଗ ସାଧକଙ୍କ ଉତ୍ସାହଜନକ ପ୍ରଦର୍ଶନ...
ଅମ୍ବାଭୋନା,୦୩/୦୯(ବିଜୟ ସାହୁ) : ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଚୋଲି-ଭୁକ୍ତା ମହିମାଶ୍ରମ ପରିସରରେ ସତ୍ୟ ମହିମା ଯୋଗ ସାଧନା କେନ୍ଦ୍ରର ପ୍ରଥମ ବାର୍ଷିକ ଉତ୍ସବ ସମାରୋହ ଗୁରୁବାର ଉଦ୍ଘାଟିତ ହୋଇଯାଇଛି।
Ad..
ଯୋଗ ସାଧନା କେନ୍ଦ୍ରର ସଭାପତି ଫକୀର ମୋହନ ପ୍ରଧାନଙ୍କ ସଭାପତିତ୍ୱରେ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ମୋଟ ୫୩ ଜଣ ଯୋଗ ସାଧକ-ସାଧିକା ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୩୯ ଜଣ ପ୍ରତିଯୋଗୀ ୧୦୮ ଥର ଲେଖାଏଁ ସୂର୍ଯ୍ୟ ନମସ୍କାର କରିଥିବାବେଳେ ୯ ଜଣ ପ୍ରତିଯୋଗୀ ୨୩୫ ଥର ଲେଖାଏଁ ସୂର୍ଯ୍ୟ ନମସ୍କାର କରି ନିଜର ଯୋଗ ସାଧନାର ପରାକାଷ୍ଠା ପ୍ରଦର୍ଶନ କରିଥିଲେ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଛତିଶଗଡ଼ ସରିଆ ପତାଞ୍ଜଳି ଯୋଗ ସମିତି ର ଅଧ୍ୟକ୍ଷ ତ୍ରିଲୋକ ଚାନ୍ଦ ଗୋୟଲ, ସୁରେଶ ପଧାନ, ରଘୁନାଥ ପଧାନ, ଶରତ ସ୍ବର୍ଣକାର, ଫଗୁ ନିଶାଦ, ଗୌରୀଶଂଖର ବିଶ୍ବାଳ, ଦୟାନିଧି ଦେହେରୀ, ପ୍ରମୁଖ ଯୋଗ ଶିକ୍ଷାର୍ଥୀ ଓ ଯୋଗ ସାଧକ-ସାଧିକାମାନଙ୍କୁ ଉତ୍ସାହିତ କରିବା ସହ ପ୍ରଶଂସା କରିଥିଲେ।
ଉତ୍ସବରେ ଯୋଗ ପ୍ରଶିକ୍ଷକ ହେମନ୍ତ କୁମାର ସାହା, ଡଃ ରାଜୁ ସା, ପ୍ରମୋଦ ସାହୁ, ସୁରେଶ ପଧାନ, ଲମ୍ବୋଦର ସାହୁ ଓ ଯଜ୍ଞସେନୀ ପ୍ରଧାନ ପ୍ରମୁଖ ଯୋଗ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଯୋଗ ସାଧନା କେନ୍ଦ୍ର ପକ୍ଷରୁ ବିଶ୍ୱ କଲ୍ୟାଣ କାମନା କରି ହବନ ଓ ପୂଜାପାଠ ଅନୁଷ୍ଠିତ ହୋଇଥିଲା।
ଉତ୍ସବ ପରିଚାଳନାରେ ଯୋଗ ସାଧନା କେନ୍ଦ୍ର ପରିଚାଳନା କମିଟିର ସଭାପତି ଫକୀର ମୋହନ ପ୍ରଧାନ, ଉପସଭାପତି ଯୋଶେଫ ଚୌଧୁରୀ, ସମ୍ପାଦକ କାମଦେବ ସାହୁ, ସହସମ୍ପାଦକ ହିମାଞ୍ଚଳ ପଧାନ, କୋଷାଧ୍ୟକ୍ଷ କ୍ଷୀରୋଦ୍ର ଦାସଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
Edited by k.s thakur...


