ରାଜ୍ୟ ସ୍ତରୀୟ ଶିକ୍ଷା ଅଧିକାରୀ ପୁରସ୍କାର ୨୦୨୫ ପାଇଲେ ଅଭିନବ ମିଶ୍ର ; ଲଥାକେନ୍ଦ କ୍ଲଷ୍ଟର ଶିକ୍ଷକ-କର୍ମଚାରୀଙ୍କ ଭବ୍ୟ ସମ୍ବର୍ଦ୍ଧନା...

ରାଜ୍ୟ ସ୍ତରୀୟ ଶିକ୍ଷା ଅଧିକାରୀ ପୁରସ୍କାର ୨୦୨୫ ପାଇଲେ ଅଭିନବ ମିଶ୍ର ; ଲଥାକେନ୍ଦ କ୍ଲଷ୍ଟର ଶିକ୍ଷକ-କର୍ମଚାରୀଙ୍କ ଭବ୍ୟ ସମ୍ବର୍ଦ୍ଧନା...

ବେଲପଡ଼ା,୦୩/୦୯(ତ୍ରିନାଥ ବାଗ): ଶିକ୍ଷା କ୍ଷେତ୍ରେ ଉଲ୍ଲେଖନୀୟ ଅବଦାନ ପାଇଁ ବେଲପଡ଼ା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଅଭିନବ ମିଶ୍ରଙ୍କୁ ରାଜ୍ୟ ସ୍ତରୀୟ ଶିକ୍ଷା ଅଧିକାରୀ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଥିବାରୁ ତାଙ୍କୁ ଲଥାକେନ୍ଦ କ୍ଲଷ୍ଟର ଶିକ୍ଷକମାନେ ଏବଂ ବ୍ଲକ ଶିକ୍ଷା କାର୍ଯ୍ୟାଳୟ କର୍ମଚାରୀମାନେ ମିଳିତ ଭାବେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି।

           Ad..


ଏହି ଅବସରେ ଲଥାକେନ୍ଦ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଘନଶ୍ୟାମ ବେହେରା, ଶ୍ରୀବଲ ମାଝୀ, ଥବିର ଛତ୍ରିଆ, ପାଣ୍ଡବ ମାଝୀ, ପବିତ୍ର କୁଅଁର, କୈଳାସ ଥନାପତି, ଉଦେନାଥ ବେହେରା, ପ୍ରିୟଦର୍ଶନ ବେହେରା, ସଚ୍ଚିଦାନନ ବେହେରା ଏବଂ ବିଭୂତି ଦେହୁରୀ ଉପସ୍ଥିତ ରହି ଶିକ୍ଷା ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ।

ସେହିପରି ବେଲପଡ଼ା ବ୍ଲକର ସିଆରସି ଭୋଲେଶ୍ୱର ତାଣ୍ଡି, ଚିନ୍ତାମଣି ପାଢ଼ୀ, ମନରଞ୍ଜନ ମେହେର, ବିପିସିଂ ନାଏକ, କେଦାର ପାଣିଗ୍ରାହୀ, ପ୍ରମୋଦ କୁମ୍ଭାର, ଖଗେଶ୍ୱର ହରପାଳ, ନାରାୟଣ ବିଶ୍ୱାଳ, ନିରନ ବୁଡ଼େକ ଏବଂ ଦୀନବନ୍ଧୁ ତାଣ୍ଡି ପ୍ରମୁଖ ମଧ୍ୟ ଉପସ୍ଥିତ ରହି ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଅଫିସ ଷ୍ଟାଫ୍ ମଧ୍ୟ ଉପସ୍ଥିତ ରହି ଶିକ୍ଷା ଅଧିକାରୀଙ୍କ ଏହି ଐତିହାସିକ ସଫଳତାକୁ ସ୍ୱାଗତ କରିଥିଲେ। ଶିକ୍ଷକମାନେ ଶିକ୍ଷା ଅଧିକାରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ଶିକ୍ଷା ପ୍ରତି ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରି କହିଥିଲେ ଯେ, ଏହି ପୁରସ୍କାର ସମଗ୍ର ବେଲପଡ଼ା ବ୍ଲକ ପାଇଁ ଗୌରବର ମୁହୂର୍ତ୍ତ।



Edited by k.s thakur...

Post a Comment

Previous Post Next Post