ପାଟପୁର ଶନି ମନ୍ଦିରରେ ଦାନ ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ...

ପାଟପୁର ଶନି ମନ୍ଦିରରେ ଦାନ ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ...


ଦିଗପହଣ୍ଡି,୧୧/୦୭(ନି.ପ୍ର): ମନ୍ଦିରର ଦାନବାକ୍ସ ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପାଟପୁର ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ । ଶ୍ରୀ ଶନିଶ୍ଚର ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦାନ ବାକ୍ସ ଭାଙ୍ଗି ଚୋରି କରିଥିବା ଜଣାପଡିଛି। 

         Ad..


ଶନି ମନ୍ଦିରରୁ ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।ଶନି ମନ୍ଦିର ପୂଜାରୀ ଭୋର ପ୍ରାୟ ୫ ଟାରେ ପୂଜା କରିବା ପାଇଁ ଆସିଥିଲେ। ପ୍ରଥମେ ମନ୍ଦିର ଗମ୍ଭୀରା ଭିତରକୁ ଯିବା ପୂର୍ବରୁ  ମୁଖ୍ୟ ଫାଟକ ଖୋଲାଥିବା ସେ ଦେଖିଥିଲେ। 

ଏହାପରେ ସେ ଗମ୍ଭୀରା ଭିତରକୁ ଯିବାପରେ ଫାଟକ ନିକଟରେ ଥିବା ଦାନ ବକ୍ସ  ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ପୂଜକ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତାମାନଙ୍କୁ ଖବର ଦେଇଥିଲେ। 

ଖବର ପାଇ ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ବୃନ୍ଦ ଓ ଗ୍ରାମବାସୀ ପହଞ୍ଚି ଦାନ ବାକ୍ସ ଭାଙ୍ଗି ଦୁର୍ବୃତ୍ତମାନେ ସେଥିରୁ ପ୍ରାୟ ୪ ହଜାର ଟଙ୍କା ନେଇଯାଇଥିବା ଜାଣିବାକୁ ପାଇଥିଲେ । ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ବୃନ୍ଦ ପାଟପୁର ଥାନାକୁ ଏନେଇ ଖବର ଦେଇଥିଲେ।

ପାଟପୁର ଥାନା ପୋଲିସ ଟିମ୍ ମନ୍ଦିର ପରିସରରେ ପହଞ୍ଚି ଘଟଣାର ତଦନ୍ତ କରି ଫେରିଥିଲେ। ସୂଚନା ଯୋଗ୍ୟ ଗତ ୨୦୨୫ ଜୁଲାଇ ୨୪ ତାରିଖ ବିଳମ୍ବିତ ରାତିରେ ପାଟପୁର ଥାନା ଠାରୁ ପ୍ରାୟ ୧ କି.ମି ଦୂର ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ପଞ୍ଚାୟତ ରତ୍ନମାଳାପୁର ଗ୍ରାମ...

ବୁଦ୍ଧେଶ୍ୱର ଶୈବପୀଠର ଦାନ ହୁଣ୍ଡି ଓ ଶୈବପୀଠ ଭିତରେ ଥିବା ଦୁଇଟି ଦାନ ବାକ୍ସ ଭାଙ୍ଗି ସେଥିରୁ ପ୍ରାୟ ୩୦ ହଜାର ଟଙ୍କା ନେଇଯାଇ ହୁଣ୍ଡିକୁ ବାହାରକୁ ଫୋପାଡ଼ି ଦେଇଥିଲେ। 

ଶୈବପୀଠ  ପରିଚାଳନା କମିଟି ତତ୍କାଳୀନ ସଭାପତି ବସନ୍ତ କୁମାର ପାଢ଼ୀ  ଥାନା ରେ ଏତଲା ଦେଇଥିଲେ। ଗତ ୨୦୨୧ ଡିସେମ୍ବର ୩ ତାରିଖ ରାତିରେ  ପାଟପୁର ଥାନା କଙ୍କୋରଡା ଗ୍ରାମ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମାଁ ନାରାୟଣୀ ମନ୍ଦିର  ତାଲା ଭାଙ୍ଗି କିଛି ଦୁବୃର୍ତ୍ତ ମା’ଙ୍କ ସୁନା ନାକ ଗୁଣା, ୩ ଟି ମଥାଗୁଣା, ସୁନା ଶିରି, ଆଖି ଓ ପ୍ରାୟ ୪ ଭରି ଓଜନର  ସୁନା ଅଳଙ୍କାର ଓ ୫୦ ଭରି  ଓଜନର ରୂପା ଅଳଙ୍କାର ଲୁଟି ନେଇଥିଲେ।



Edited by k.s thakur...

Post a Comment

Previous Post Next Post