ଠାକୁରଙ୍କ ପାଇଁ ଚକା, ଅପସର ପ୍ରସ୍ତୁତ କଲେ ଦରଜି ସେବକ,ଶ୍ରୀମନ୍ଦିରକୁ ଗଲା ୪ଟି ଚକା ଆସନ ଓ ତିନୋଟି ଅପସର...
ପୁରୀ,୧୧/୦୯(ନି.ପ୍ର) : ଠାକୁରଙ୍କ ପାଇଁ ପ୍ରସ୍ତୁତ ହେଉଛି ଚକା, ଅପସର। ଗୋଲାକୃତି ଚକା ଓ ଅପସର ଠାକୁରଙ୍କ ବିଜେ ସ୍ଥଳିରେ ଆବଶ୍ୟକ ହୁଏ। ଚକା ଆସନରେ ଠାକୁରେ ଅବସ୍ଥାନ କରନ୍ତି।
Ad..
ଶ୍ରୀମସ୍ତକ ତଥା ଶ୍ରୀଅଙ୍ଗ ପଛରେ ରହିଥାଏ ଅପସର।ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧିଷ୍ଠାନ ପାଇଁ ୪ଟି ଚକା ଆସନ ଓ ତିନୋଟି ଅପସର ତିଆରି ହୋଇଛି।
ମଦନମୋହନଙ୍କ ପାଇଁ ମଧ୍ୟ ଏହିଭଳି ତକିଆ ତିଆରି ହୋଇଛି। ସୁଦର୍ଶନ ମହାପ୍ରଭୁଙ୍କ ଅପସର ନଥାଏ। ହଳଦିଆ, ନେଳି ଓ ନାଲି ରଙ୍ଗ କନାରେ ଚକା, ଅପସର ପ୍ରସ୍ତୁତ ହେଉଛି।
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପସର ସବୁଠାରୁ ବଡ଼। ପ୍ରମୁଖ ଦର୍ଜୀ ସେବକ ପ୍ରକାଶ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଚକା, ଅପସର ପ୍ରସ୍ତୁତ ହୋଇଛି।
Edited by k.s thakur...
Tags:
puri


