ଝୁଲନ୍ତା ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର...
ମୁରିବାହାଲ,୧୨/୦୭(ଶଙ୍କର ମାଝୀ) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ମାଲିସିରା ପଞ୍ଚାୟତର ଖରାଳି ଗ୍ରାମ ଠାରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।
Ad..
ମୃତକ ହେଲେ ହିରଣ୍ୟ ମାଝୀ (୪୫)।ସୂଚନା ଅନୁଯାୟୀ, ହିରଣ୍ୟଙ୍କ ଘର ଡୁଙ୍ଗୁରିପାଲି ଗ୍ରାମର ହୋଇଥିବା ବେଳେ ଖରାଳି ଗ୍ରାମରେ ବିବାହ କରିଥିଲେ ଏବଂ ସେ ନିଜ ଶଶୁର ଘରେ ୧୨ ବର୍ଷରୁ ରହିଆସୁଥିଲେ।
ତାଙ୍କର ୪ଟି ପୁଅ ଝିଅ ଅଛନ୍ତି।ଗୁରୁବାର ସନ୍ଧ୍ୟା ପ୍ରାୟ ୪ଟା ବେଳେ ପରିବାର ସଦସ୍ୟମାନେ ଚାଷ ଜମିରୁ ଫେରି ନୂତନ ନିର୍ମାଣାଧୀନ ଘର ଭିତରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ତୁରନ୍ତ ମୁରିବାହାଲ ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ମୁରିବାହାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ହସ୍ପିଟାଲ କୁ ନେଇଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହା ଆତ୍ମହତ୍ୟା କରିଥିବାର ମୁରିବାହାଲ ପୋଲିସ ସୂଚନା ଦେଇଛନ୍ତି।
Edited by k.s thakur...
Tags:
muribahal


