ସୁସ୍ଥ ହେଲେ ମହାପ୍ରଭୁ; ଶ୍ରୀନିଅରକୁ ଖବର ନେଇ ଗଲେ ସେବାୟତ...
ପୁରୀ,୧୩/୦୭(ନି.ପ୍ର) : ଅଣସର ଘରେ ୧୪ ଦିନ ଧରି ଜ୍ୱରରେ ପୀଡ଼ିତ ହେବା ପରେ ଶେଷରେ ସୁସ୍ଥ ହେଲେ ଶ୍ରୀଜିଉ। ତ୍ରୟୋଦଶୀ ତିଥିରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଖବର ଶ୍ରୀନଅର ଯାଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଜଣାଇଲେ ଦଇତାପତି ସେବାୟତ।
Ad..
ପରମ୍ପରା ଅନୁସାରେ ଅଣସର ଶେଷ ହେବା ପରେ ମହାପ୍ରଭୁଙ୍କ ଚନ୍ଦନ, କରାଳ ଓ ପାଟଡୋର ପିତ୍ତଳ ଥାଳିରେ ନେଇ ଗଜପତି ମହାରାଜାଙ୍କୁ ପ୍ରଦାନ କଲେ ଦଇତାପତି ସେବାୟତ।ଏହା ପରେ ଶ୍ରୀନଅରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେଲା।
ଏହି ଅବସରରେ ଗଜପତି ମହାରାଜା ଶୃଙ୍ଖଳିତ ଭାବେ ଆସନ୍ତା ରଥଯାତ୍ରା ସମ୍ପନ୍ନ କରିବାକୁ ସେବାୟତମାନଙ୍କୁ ପରାମର୍ଶ ଦେଇଥିଲେ।
ସେ କହିଥିଲେ ଯେ ସମସ୍ତ ନୀତି ନିୟମ ଠିକ୍ ଭାବେ ପାଳନ କରାଯାଇ ଭକ୍ତମାନଙ୍କୁ ଶାନ୍ତିରେ ଦର୍ଶନ ସୁଯୋଗ ଦିଆଯାଉ।ସୂଚନା ଅନୁସାରେ ମଙ୍ଗଳବାର ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ।
Edited by k.s thakur...
Tags:
puri


