ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍, କେନ୍ଦ୍ରଙ୍କ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଇଲା SSEPD...

ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍, କେନ୍ଦ୍ରଙ୍କ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଇଲା SSEPD...


ଭୁବନେଶ୍ଵର,୧୩/୦୭(ନି.ପ୍ର) : ରାଜ୍ୟକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ବ୍ୟାପକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ମୋଟ ୪ କୋଟି ୬୨ ଲକ୍ଷ ଟଙ୍କାର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଇଛି।

        Ad..


ଏହି ଅଭିଯାନ ସ୍କୁଲରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ବ୍ୟାପିବ। ରାଜ୍ୟର ୧୫୦ଟି ସ୍କୁଲ ଓ କଲେଜରେ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିପାଇଁ ସଚେତନତା, ମାରାଥନ, ୱାକାଥନ ଓ ସାଇକେଲ ରାଲି ଭଳି କାର୍ଯ୍ୟକ୍ରମ ହେବ।

ସଚେତନତା ପାଇଁ ୧ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟ କରିବାକୁ ପ୍ରସ୍ତାବ ରହିଛି।ରାଜ୍ୟର ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ କରାଯିବା ସହ ସମସ୍ତ ବ୍ଲକରେ ଆଣ୍ଟି-ଡ୍ରଗ୍ କମିଟି ବୈଠକ ଅନୁଷ୍ଠିତ ହେବ।

ଏହା ବ୍ୟତୀତ ୩୦୦ଟି ପଞ୍ଚାୟତରେ ନିଶାମୁକ୍ତ ସଚେତନତା ଅଭିଯାନ ଚଳାଯିବ।ଯୁବର୍ଗଙ୍କୁ ସାମିଲ କରିବା ପାଇଁ ପ୍ରତି ଜିଲ୍ଲାରେ ୫୦ ଜଣ ‘ନଶା ମୁକ୍ତ ମିତ୍ର’ଙ୍କୁ ନେଇ ସଚେତନତା କାର୍ଯ୍ୟ ହେବ।

ଏଥିସହ ୭୬.୪୦ ଲକ୍ଷ ଟଙ୍କା ବ୍ୟୟରେ ୧,୫୦୦ ସ୍ୱେଚ୍ଛାସେବୀଙ୍କୁ ମୋବିଲାଇଜ୍ କରି ତୃଣମୂଳ ସ୍ତରରେ ପ୍ରଚାର କରାଯିବ । ନିଶା ବିରୋଧରେ ଜନଜାଗରଣ ସୃଷ୍ଟି କରି ଓଡ଼ିଶାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ହେଉଛି ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ବୋଲି SSEPD ପକ୍ଷରୁ କୁହାଯାଇଛି।



Edited by k.s thakur...

Post a Comment

Previous Post Next Post