ଓଡିଶା ଜନତା କଂଗ୍ରେସ ତରଫରୁ କୁଡସୁଡରେ ସଦସ୍ୟତା ଅଭିଯାନ ର ଶୁଭାରମ୍ଭ...
ଟିଟିଲାଗଡ଼,୨୦/୦୭(ନି.ପ୍ର) : ଗତକାଲି ବଲାଙ୍ଗିର ଜିଲ୍ଲା ଓଡିଶା ଜନତା କଂଗ୍ରେସ ତରଫରୁ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ କୁଡସୁଡରେ ଓଡିଶା ଜନତା କଂଗ୍ରେସର ପ୍ରଥମ ସଦସ୍ୟତା ଅଭିଯାନ ର ଶୁଭାରମ୍ଭ କରାଯାଇଛି।
Ad..
ଏହି କାର୍ଯ୍ୟକ୍ରମରେ ଓଡିଶା ଜନତା କଂଗ୍ରେସର ରାଜ୍ୟ ସାଧରଣ ସମ୍ପାଦକ ତଥା ବଲାଙ୍ଗୀର ଜିଲ୍ଲା ପ୍ରଭାରୀ ନରେଶ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ସଦସ୍ୟତା ଅଭିଯାନରେ ମହମ୍ମଦ ମୋକିମଙ୍କ ଭିଜନ ଓଡ଼ିଶା ଓ ଯୁବକଙ୍କୁ ପ୍ରାଥମିକ କୁ ନେଇ ଆଗ୍ରହ ପ୍ରକାଶ କରି ସ୍ଥାନୀୟ ଅଞ୍ଚଳରୁ ବହୁ ସଂଖ୍ୟାରେ ଯୁବକ ଓ ଜନସାଧାରଣ ଦଳରେ ଯୋଗ ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।
ରାଜ୍ୟ ସାଧାରଣ ସମ୍ପାଦକ ତଥା ବଲାଙ୍ଗିର ପ୍ରଭାରୀ ନରେଶ ମହାନ୍ତି ଦଳର ନୀତି, ଆଦର୍ଶ ଓ ସାଙ୍ଗଠନିକ ବିସ୍ତାରର ଲକ୍ଷ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ଗ୍ରାମାଞ୍ଚଳରୁ ସଙ୍ଗଠନକୁ ମଜଭୁତ କରିବା ସହ ଯୁବପିଢ଼ିଙ୍କୁ ଦଳ ସହ ଯୋଡ଼ିବା ହେଉଛି ଏହି ସଦସ୍ୟତା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଅବସରରେ ବଲାଙ୍ଗିର ଜିଲା ସଭାପତି ରୂପେଶ ବେହେରା ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବା ସହ ଜନସାଧାରଣଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ କାମ କରିବା ପାଇଁ କର୍ମୀଙ୍କୁ ଆହ୍ବାନ ଦେଇଥିଲେ।
ରାଜ୍ୟ ସମ୍ପାଦକ ବିକାଶ ବେହେରା ସମସ୍ତଙ୍କ ସହଯୋଗ କାମନା କରିଥିଲେ। କାହ୍ନା ବେହେରା, ଚିତ୍ରସେନ ବେହେରା, ନିକେଶ ହରପାଳ, କୁଶଳ ମାଝୀ, ସରୋଜ କୁମାର ବାରିକ ପ୍ରମୁଖ ସଦସ୍ୟତା ଅଭିଯାନକୁ ସଫଳ କରିବା ପାଇଁ ମତପ୍ରକାଶ କରିଥିଲେ।
Edited by k.s thakur...
Tags:
TITILAGARH


