ଫିଡ୍ ଟ୍ରଷ୍ଟ ତରଫରୁ ମେଧାବୀ ଛାତ୍ରଙ୍କୁ ଶିକ୍ଷା ସହାୟତା...
ବରଗଡ଼,୧୯/୦୭(ବିଜୟ କୁମାର ସାହୁ) : ମାନବ ସମାଜର ବିକାଶ ଏବଂ ପ୍ରଗତି ନିମନ୍ତେ ଶିକ୍ଷାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଶିକ୍ଷା ମନୁଷ୍ୟର ବିବେକ, ଜ୍ଞାନ, ବୁଦ୍ଧି ଏବଂ ବୋଧଶକ୍ତିକୁ ଉନ୍ନତ କରିଥାଏ।
Ad..
ମାତ୍ର ଆର୍ଥିକ ପରିସ୍ଥିତି ଯୋଗୁଁ ଅନେକ ମେଧାବୀ ଛାତ୍ର ଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସେପରି ଜଣେ ଛାତ୍ର ହେଉଛନ୍ତି ବରଗଡ ଜିଲ୍ଲାର ଅତାବିରା ବ୍ଲକ୍ ଅନ୍ତର୍ଗତ ଜନ୍ହ।
ପଡ଼ା ଗ୍ରାମର ପ୍ରତିଭାବାନ ଛାତ୍ର ଆୟୁଷ ପାଇକ ବାପା ଓ ମା କେହି ନାହାନ୍ତି ଆୟୁଷ ତାଙ୍କର କାକା ଅର୍ଜୁନ ପାଇକ ଏବଂ କାକି ସନ୍ତୋଷୀନି ପାଇକଙ୍କ ଦ୍ଵାରା ପାଳିତ ହୋଇଥିଲେ।
ମାଟ୍ରିକ ପରୀକ୍ଷାରେ ଆୟୁଷ ପାଇକ ୯୦ ପ୍ରତିଶତ ରୁ ଉର୍ଦ୍ଧ୍ୱ ମାର୍କ ରଖି କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ସମ୍ବଲପୁରର ବେଦିକ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ବିଜ୍ଞାନ ବିଭାଗରେ ନାମ ଲେଖାଇବା ପାଇଁ ସ୍ଥାନ ପାଇଥିଲେ।
ମାତ୍ର ତାଙ୍କର କାକା ଅର୍ଜୁନ ପାଇକଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଏବଂ ଆୟୁଷ କୁ ପାଠ ପଢେଇବା ପାଇଁ ଅକ୍ଷମ ଥିବାରୁ ସେ ଶିକ୍ଷକ ଉଦ୍ଧବ ମହାନନ୍ଦଙ୍କ ପରାମର୍ଶ କ୍ରମେ ବରଗଡ ଜିଲ୍ଲାର ଦାତବ୍ୟ ଅନୁଷ୍ଠାନ ଫିଡ୍ ( ଫାଉଣ୍ଡେସନ ଫର୍ ଏଜୁକେସନାଲ ଆଣ୍ଡ ଇକୋନୋମିକ ଡେଭଲପମେଣ୍ଟ) ଟ୍ରଷ୍ଟ୍ କୁ ଯୋଗାଯୋଗ କରି ଥିଲେ।
ଖବର ପାଇ ଫିଡ୍ ଟ୍ରଷ୍ଟର ଚେୟାରମେନ ଫଣୀନ୍ଦ୍ର କୁମାର ତାଣ୍ଡି, ଡାହାରୁ ପଡ଼ା ୟୁପି ସ୍କୁଲର ଶିକ୍ଷକ କିଚକ ସୁନା, ଆଗଲପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଶୋକ ନାରଙ୍ଗ, ସୋହେଲା ପଞ୍ଚାୟତ ର ନିର୍ବାହୀ ଅଧିକାରୀ ରମେଶ ନାଗ ପ୍ରମୁଖ ଜନ୍ହ।
ପଡ଼ା ଗ୍ରାମକୁ ଯାଇ ପ୍ରତିଭାବାନ ଛାତ୍ର ଆୟୁଷ ପାଇକକୁ ଶିକ୍ଷା ସହାୟତା ସ୍ୱରୂପ ଫିଡ୍ ଟ୍ରଷ୍ଟ ତରଫରୁ ୧୦୦୦୦/- ଟଙ୍କାର ଚେକ୍ ପ୍ରଦାନ କରିଲେ। ଏହି ସମୟରେ ଆୟୁଷର କାକା ଅର୍ଜୁନ ପାଇକ ଏବଂ କାକି ସନ୍ତୋଷୀନି ପାଇକ ଉପସ୍ଥିତ ଥିଲେ।
Edited by k.s thakur...


