ରଥଯାତ୍ରା ଭିଡ଼ରେ ଆତଙ୍କ ଖେଳାଇଲେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ : ୧୦୩ ଲୁଟେରା ଗିରଫ...
ପୁରୀ,୧୯/୦୭(ନି.ପ୍ର): ରଥଯାତ୍ରା ଭିଡ଼ ଲୁଟେରାଙ୍କ ପାଇଁ ପୁଷମାସ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ରେ କରିଛନ୍ତି ଲୁଟ୍ପାଟ। ଗୋଟିଏ ପରେ ଗୋଟିଏ ଲୁଟ୍ କରି ଖସିଯାଉଥିବା ବେଳେ ଶତାଧିକ ଲୁଟେରାଙ୍କୁ କାବୁ କରିଛନ୍ତି ଶ୍ରଦ୍ଧାଳୁ।
Ad..
ସେମାନଙ୍କ ମଧ୍ୟରୁ କିଛି ଲୁଟେରାକୁ ପୁଲିସ ଗିରଫ କରିଥିବାବେଳେ ଅନ୍ୟମାନଙ୍କୁ ଅଟକ ରଖିଛି । ସହରର ବିଭିନ୍ନ ଥାନାରେ ୧୦୩ ଜଣ ଲୁଟେରାଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ୨୦୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ଏମାନଙ୍କ ମଧ୍ୟରୁ ପ୍ରଥମ ପର୍ୟ୍ୟାୟରେ ବଳିଆପଣ୍ଡା ଓ ସମୁଦ୍ରକୂଳ ଥାନା ପୁଲିସ ୧୯ଜଣ ଲୁଟେରାଙ୍କୁ ଗିରଫ କରିଛି। ୧୯ଜଣ ଲୁଟେରାଙ୍କଠାରୁ ୫୮ଟି ମୋବାଇଲ୍ ଫୋନ୍ ଜବତ ହୋଇଛି।ବଳିଆପଣ୍ଡା ଥାନା ପୁଲିସ ନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର କିଙ୍ଗ୍ପିନ୍ ସହ ୧୩ ଜଣଙ୍କୁ କାବୁ କରିଛି।
ସେମାନଙ୍କଠାରୁ ୪୨ଟି ମୋବାଇଲ୍ ଓ ଧଳା ରଙ୍ଗର ସ୍କୋର୍ପିଓ ଜବତ ହୋଇଛି। ଏଥିରୁ ପଶ୍ଚିମବଙ୍ଗରୁ ୧୧ ଜଣ ଥିବାବେଳେ ଜଣେ ବିହାରା ଏବଂ ଅନ୍ୟ ଜଣେ ଝାଡ଼ଖଣ୍ଡର କିଙ୍ଗପିନ୍ ରାମା ଆଶିଷ କୁମାର ଯାଦବଙ୍କ ଲୁଟେରା ଟିମ୍ରେ କାମ କରୁଥିଲା।
ସେହିଭଳି ସମୁଦ୍ରକୂଳ ଥାନା ପୁଲିସ ଜଣେ ନାବାଳକ ସମେତ ୬ ଜଣ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୧୬ଟି ମୋବାଇଲ୍ ଫୋନ୍ ଜବତ କରିଛି।
ଟାଉନ୍ ଥାନା ପୁଲିସ ବଡ଼ଦାଣ୍ଡ ସମେତ ସଂଲଗ୍ନ ଗଳିରୁ ୪୭ ଜଣ ଅନ୍ତଃରାଜ୍ୟ ଲୁଟେରାକୁ ଗିରଫ କରିଛି । ସେମାନଙ୍କଠାରୁ ୩ଟି ସୁନା ଚେନ୍, ୪ଟି ମନି ପର୍ସ, ୧ଟି ଭ୍ୟାନିଟି ବ୍ୟାଗ୍, ୨ଟି କଟର, ୩୩ଟି ମୋବାଇଲ ଓ ୩୨ ହଜାର ୪୦୦ ଟଙ୍କା ଜବତ କରିଛି।
Edited by k.s thakur...


