ବିଜେପିରେ ଯୋଗ ଦେବା ଚର୍ଚ୍ଚାକୁ ଖଣ୍ଡନ କଲେ ବିକ୍ରମ ଆରୁଖ...

ବିଜେପିରେ ଯୋଗ ଦେବା ଚର୍ଚ୍ଚାକୁ ଖଣ୍ଡନ କଲେ ବିକ୍ରମ ଆରୁଖ...


ଭୁବନେଶ୍ଵର,୨୦/୦୭(ନି.ପ୍ର) : ବିଜେଡିର ବରିଷ୍ଠ ନେତା ବିକ୍ରମ ଆରୁଖ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମୁହଁ ଖୋଲିଛନ୍ତି ବିକ୍ରମ। ସେ କହିଛନ୍ତି ନବୀନ ପଟ୍ଟନାୟକ ମୋ ପ୍ରିୟ ନେତା ଥିଲେ ଆଉ ଅଛନ୍ତି। 

        Ad..


ମୁଁ ବିଜେଡିରେ ଥିଲି, ଅଛି ଏବଂ ଆଗକୁ ମଧ୍ୟ ରହିବି ବୋଲି ସ୍ପଷ୍ଟ କରିଛନ୍ତି।ସେ ସ୍ପଷ୍ଟ କରିଛନ୍ତି ଯେ ବିଜୁ ଜନତା ଦଳ ତାଙ୍କର ଏକମାତ୍ର ରାଜନୈତିକ ଦଳ। ଦଳ ପ୍ରତିଷ୍ଠା ହେବା ଦିନ ଠାରୁ ଆନ୍ତରିକତା ସହ କାମ କରିଛି। 

ମୁଁ ଏବେ ବିଜେଡିର ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଅଛି।ବ୍ୟକ୍ତିଗତ ଅସୁବିଧା ଯୋଗୁଁ ଗୋଟେ ଦୁଇଟି ବୈଠକରେ ଯୋଗ ଦେଇ ପାରିନି। ଏହାକୁ ନେଇ ଯଦି ଆଲୋଚନା ହୁଏ, ମୁଁ ଅନ୍ୟ ଦଳକୁ ଯିବି, ତାହା ଅମୂଳକ।

ଏହି କଳ୍ପନାଜଳ୍ପନାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଭ୍ରାମକ ବୋଲି କହି ଆରୁଖ ଲୋକଙ୍କୁ ଏପରି ଗୁଜବରେ ବିଶ୍ୱାସ ନ କରିବାକୁ ଅନୁରୋଧ କରିଛନ୍ତି। 

ସମ୍ପ୍ରତି ବିଜେଡି ସାଂଗଠନିକ ବୈଠକରେ ତାଙ୍କର ଅନୁପସ୍ଥିତି ଏବଂ ସମ୍ଭାବ୍ୟ ଯୋଗଦାନ ଉପରେ ବିଜେପି ନେତାଙ୍କ ମନ୍ତବ୍ୟ ଉପରେ ଆଲୋଚନା ମଧ୍ୟରେ ତାଙ୍କର ଏହି ବକ୍ତବ୍ୟ ଆସିଛି।

ସୂଚନା ଅନୁଯାୟୀ; ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଇସାରା ପରେ ବିକ୍ରମ ବିଜେଡି ଛାଡି ଭାଜପାରେ ଯୋଗ ଦେବା ନେଇ ଚର୍ଚ୍ଚା ବଢ଼ିଥିଲା।



Edited by k.s thakur...

Post a Comment

Previous Post Next Post