ଛୋଟ ପିଲାଙ୍କୁ ରାଲିରେ ଆଣିବା ଘଟଣା; ପ୍ରଭାତ ବିଶ୍ୱାଳଙ୍କ ବିରୋଧରେ ଅଭିଯୋଗ ଦାଖଲ କଲା ବିଜେଡି...
ଭୁବନେଶ୍ଵର,୧୪/୦୭(ନି.ପ୍ର) : ତେଜିଲା ଶିଶୁ ଅଧିକାର ସୁରକ୍ଷା ପଲିଟିକ୍ସ । ଗତକାଲି ବିଜୁ ଜନତା ଦଳ (BJD) ବିଜେପି ନେତା ପ୍ରଭାତ ବିଶ୍ୱାଳଙ୍କ ବିରୋଧରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ନିକଟରେ ଅଭିଯୋଗ ଦାଖଲ କରିଛି।
Ad..
ଅଭିଯୋଗ ଅନୁଯାୟୀ ବିଜେପି ନିଜର ରାଜନୈତିକ ଫାଇଦା ହାସଲ ପାଇଁ ଶିଶୁ ମାନଙ୍କୁ ମଧ୍ୟ ଛାଡୁନାହିଁ । ରାଜନୈତିକ ଶୋଭାଯାତ୍ରାରେ ଶିଶୁ ମାନଙ୍କୁ ସାମିଲ୍ କରୁଛି ବିଜେପି । ବିଜେପିରେ ମିଶ୍ରଣ ବେଳେ ପ୍ରଭାତ ବିଶ୍ୱାଳ ରାଜନୈତିକ ରାଲିରେ ପିଲାମାନଙ୍କୁ ସାମିଲ କରିଥିଲେ, ସେମାନଙ୍କୁ ଦଳୀୟ ପତାକା, ପ୍ଲାକାର୍ଡ ଏବଂ ବ୍ୟାନର ବହନ କରିବାକୁ ବାଧ୍ୟ କରିଥିଲେ।
ବିଜେଡି ପ୍ରତିନିଧିମାନେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାରୀ ଆୟୋଗ (ଙଝଉଚଉଜ)ର ଅଧ୍ୟକ୍ଷା ବବିତା ପାତ୍ରଙ୍କୁ ଭେଟି ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ଏବଂ ନିଜେ ବିଜପାଙ୍କୁ ନୋଟିସ୍ ଜାରି କରିବାକୁ ଦାବି କରି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି।
ଶାସକ ଦଳ ମଧ୍ୟ ଶିଶୁ ଅଧିକାର ସୁରକ୍ଷା ଏବଂ ରାଜନୈତିକ କାର୍ଯ୍ୟକ୍ରମରେ ସେମାନଙ୍କର ବ୍ୟବହାର ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଓ ବିଜେପି ଦଳର ଶୀର୍ଷ ନେତୃମଣ୍ଡଳୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ହସ୍ତକ୍ଷେପ ଲୋଡ଼ିଛି ବିଜେଡି ପ୍ରତିନିଧି ମଣ୍ଡଳୀ।
ଏହି ବିଜେଡି ପ୍ରତିନିଧି ମଣ୍ଡଳୀରେ ସୁମିତ୍ରା ଜେନା, ପୁଷ୍ପାଞ୍ଜଳି ରଣା, ଜ୍ୟୋତ୍ସ୍ନାମୟୀ ପରିଡ଼ା, ବନଜା ମହାନ୍ତି, ଈଲା ସ୍ୱାଇଁ, ଅଂଶୁ ତ୍ରିପାଠୀ, ଭାଗ୍ୟଶ୍ରୀ ଜେନା ଏବଂ ଡ଼ ପ୍ରିୟବ୍ରତ ମାଝୀ ପ୍ରମୁଖ ସାମିଲ ଥିଲେ।
Edited by k.s thakur...


