ଆସନ୍ତା ୧୯ରେ ଗୋଟିଏ ଦିନ ପାଇଁ ହେବ ମହାପ୍ରଭୁଙ୍କ ଅଳଙ୍କାର ଗଣତି...
ପୁରୀ,୧୪/୦୭(ନି.ପ୍ର) : ଆସନ୍ତା ୧୯ ତାରିଖରେ ହେବ ମହାପ୍ରଭୁଙ୍କ ଅଙ୍ଗଲାଗି ଗହଣାର ଗଣତି। ରଥଯାତ୍ରା ପରେ ଶ୍ରୀମନ୍ଦିରରେ ଥିବା ଅଙ୍ଗଲାଗି ଗହଣାର ଗଣତିମଣତି କରାଯିବ।
Ad..
ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର କମିଟି।ରତ୍ନଭଣ୍ଡାର କମିଟି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଓ ସ୍ନାନ ପୂର୍ଣ୍ଣିମାରେ ଉଲାଗି ଅଳଙ୍କାରର ଗଣତି କରାଯିବ।
ଏହି ଗଣତି କାର୍ଯ୍ୟ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ହେବ। ଏହା ସହ ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଅବଶିଷ୍ଟ ଅଳଙ୍କାର ଗଣତି ତାରିଖ ପରେ ସ୍ଥିର ହେବ।
Edited by k.s thakur...
Tags:
puri


