ଭିଜିଲାନ୍ସ ଜାଲରେ ଆଇଟିଡିଏ ପୂର୍ବତନ ସହକାରୀ ଯନ୍ତ୍ରୀ...
ଭୁବନେଶ୍ଵର,୧୪/୦୭(ନି.ପ୍ର) : ଭିଜିଲାନ୍ସ ଜାଲରେ କୋରାପୁଟର ଆଇଟିଡିଏର ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ବର୍ତ୍ତମାନ ଭୁବନେଶ୍ୱରର ଓଡ଼ିଶା ନିର୍ମାଣ ନିଗମ (OCC) ଲିମିଟେଡର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ।
Ad..
ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଆଇଟିଡିଏ (ITDA)ର ପୂର୍ବତନ ସହକାରୀ ଯନ୍ତ୍ରୀ ସଞ୍ଜୟ କିସପେଟାଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଭୁବନେଶ୍ୱର, ଜୟପୁର ଓ ରାଉରକେଲାରେ ଚଢ଼ାଉ କରୁଛି ଟିମ୍।
ସଞ୍ଜୟ କିସପଟା ଆଇଟିଡିଏରୁ ଅବସର ନେବା ପରେ ଵର୍ତମାନ ଭୁବନେଶ୍ୱର OCLରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । କିଛି ମାସ ତଳେ କୋରାପୁଟରୁ ଭୁବନେଶ୍ୱରକୁ ବଦଳି ହୋଇଥିଲେ ସଂଜୟ।
ଭିଜିଲାନ୍ସର ମୋଟ ୪ଟି ଟିମ୍ ଭୁବନେଶ୍ୱର କାର୍ଯ୍ୟଳୟ, ରାଉରକେଲା ପୈତୃକ ଘର ସମେତ କୋରାପୁଟର ଦୁଇଟି ସ୍ଥାନରେ ଯାଞ୍ଚ କରୁଛି ଭିଜିଲାନ୍ସ । କୋରାପୁଟ ଭଡା ଘର ଏବଂ ଏକ ହୋଟେଲରେ ପଚରା ଉଚରା କରୁଛି ଜୟପୁର ଭିଜିଲାନ୍ସର ଟିମ।
ଏହି ଚଢାଉରେ ଛଅ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (ଡିଏସ୍ ପି), ଆଠ ଜଣ ଇନ୍ସପେକ୍ଟର, ସାତ ଜଣ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସ୍ ଆଇ) ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ରହିଛନ୍ତି।
Edited by k.s thakur...


