ଗରିବ ଅଭିଭାବକଙ୍କୁ ବଡ ଆଶ୍ୱସ୍ତି, ବିଛୁବାହାଲି ସ୍କୁଲରେ ମାଗଣା ୟୁନିଫର୍ମ ବଣ୍ଟନ...
ବେଲପଡ଼ା,୩୦/୦୭(ତ୍ରିନାଥ ବାଗ) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଛୁବାହାଲି ଠାରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ବିଦ୍ୟାଳୟରେ ପୋଷାକ ବଣ୍ଟନ କରାଯାଇଛି।
Ad..
ବିଦ୍ୟାଳୟ ପରିଚାଳନା କମିଟିର ସମ୍ପୂର୍ଣ୍ଣ ତଦାରଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଘନଶ୍ୟାମ ବେହେରା ଙ୍କ ପରିଚାଳନାରେ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀମତୀ ପଦ୍ମିନୀ ବାଘ ଓ ଉପ-ସଭାପତି ଶ୍ରୀ ଦେବରାଜ ପୁଟେଲ ଙ୍କ ଉପସ୍ଥିତିରେ ପୋଷାକ ବଣ୍ଟନ କରାଗଲା।
ଏଥିରେ କମିଟି ସଦସ୍ୟ ଶ୍ରୀ ତୁଲାରାମ ମାଝୀ, ଶ୍ରୀମତୀ ସରୋଜିନୀ ମହାନନ୍ଦ, ଶ୍ରୀମତୀ ରୀନା ବାଗ, ଶ୍ରୀମତୀ ପୁତୁନା ମାଝୀ, ଶ୍ରୀମତୀ ପ୍ରେମଶିଲା ପୁଟେଲ , ଶ୍ରୀ ଧନେଶ୍ୱର ବାଗ, ଶ୍ରୀ ହରି ବାଗ, ଶ୍ରୀ ନରେନ୍ଦ୍ର ପୁଟେଲ, ଶ୍ରୀ ହେମନ୍ତ ମାଝୀ, ଶ୍ରୀ ଜୟବଲ ନାଗ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ବଣ୍ଟନ ପ୍ରକ୍ରିୟାକୁ ସୁନିଶ୍ଚିତ କରିଥିଲେ।
ବିଦ୍ୟାଳୟରେ ଅଧ୍ୟନରତ ୨୨୧ ଜଣ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ଦୁଇ ସେଟ୍ ହିସାବରେ ପୋଷାକ ପ୍ରଦାନ କରାଗଲା। ଉପସ୍ଥି ତାଲିକା ଅନୁଯାୟୀ ଡାକି ବଣ୍ଟନ କରାଯିବା ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଠାରୁ ପ୍ରାପ୍ତି ରସିଦ୍ ମଧ୍ୟ ସଂଗ୍ରହ କରାଗଲା।
ଏହି ଅବସରେ ପ୍ରଧାନ ଶିକ୍ଷକ ଶ୍ରୀ ଘନଶ୍ୟାମ ବେହେରା କହିଲେ ଯେ, "ଏହି ଯୋଜନା ଦରିଦ୍ର ଅଭିଭାବକଙ୍କ ପାଇଁ ଏକ ବଡ ସହାୟତା। ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଉପସ୍ଥିତି ବୃଦ୍ଧି ପାଇବ।
ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀମତୀ ପଦ୍ମିନୀ ବାଘ କହିଲେ, "ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଆମେ ସ୍ୱାଗତ କରୁଛୁ। କମିଟିର ତଦାରଖରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମାନ ଭାବେ ପୋଷାକ ପ୍ରଦାନ କରାଯାଇଛି।"
ମାଗଣା ପୋଷାକ ପାଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆନନ୍ଦ ବ୍ୟକ୍ତ କରିବା ସହିତ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ।
Edited by k.s thakur...


