ଲଗାଣ ବର୍ଷାରେ ଭାଙ୍ଗିଲା ଘର ବୁଡ଼ିଲା ନଦୀ କୁଳିଆ ଚାଷଜମି, ବନ୍ୟାଞ୍ଚଳରେ ତୁରନ୍ତ ସହାୟତା ପାଇଁ ବିଧାୟକ ଦେଲେ ନିର୍ଦ୍ଦେଶ...
ବଙ୍ଗୋମୁଣ୍ଡା,୩୧/୦୭(ନି.ପ୍ର) : ଲଗାତାର ବର୍ଷା ଯୋଗୁଁ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଅଞ୍ଚଳ ଦେଇ ବହି ଯାଇଥିବା ବିସ୍ତିର୍ଣ୍ଣ ଉନ୍ଦେର ନଦୀରେ ବନ୍ୟା ସ୍ଥିତି ଦେଖାଦେଇଥିଲା।
Ad..
ନଦୀ କୁଳିଆ ଗାଁ ମାନଙ୍କରେ ବିଶେଷ କରି ବଙ୍ଗୋମୁଣ୍ଡା ବ୍ଲକର ଶ୍ରୀରାମ ଗ୍ରାମ ଠାରୁ ଚାନ୍ଦୋତରା ଏବଂ ପଲସଖଣ୍ଡ ଗାଁ ଠାରୁ ବାଲବେଙ୍ଗ ପର୍ଯ୍ୟନ୍ତ ନଦୀ କୂଳରେ ଅବସ୍ଥିତ ସମସ୍ତ ଗାଁର ଚାଷଜମି ଜଳମଗ୍ନ ହୋଇଛି। ଶହଶହ ଏକର ଚାଷଜମିରେ ନଦୀର ବନ୍ୟାଜଳ ପ୍ରବାହିତ ହେଉଛି ଫଳରେ ବହୁ ମାତ୍ରାରେ ଚାଷ ଉଜୁଡି ଯାଇଛି।
ବହୁ ଗ୍ରାମରେ ଗରିବ ଲୋକଙ୍କ ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଏମିତିରେ ରାଜସ୍ୱ ବିଭାଗ, କୃଷି ବିଭାଗ ତରଫରୁ ଜଳ ନିଷ୍କାସନ ହେବା ପରେ ତୁରନ୍ତ କ୍ଷୟକ୍ଷତି ଆକଳନ କରି ଆଇନ ଅନୁଯାୟୀ ସାହାଯ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ କହିଛନ୍ତି।
ବିଧାୟକ ପ୍ରଭାବିତ ଅଞ୍ଚଳରେ ପହଞ୍ଚିବା ପରେ ଲୋକେ ନିଜର ଦୁଃଖ ଜଣାଇବା ସହ ଭାଙ୍ଗି ଯାଇଥିବା ଘର ଏବଂ ନଷ୍ଟ ହୋଇଥିବା ଫସଲ ବିଷୟରେ କହିଥିଲେ। ବିପତ୍ତି ସମୟରେ ସରକାର ଓ ପ୍ରଶାସନ ଲୋକଙ୍କ ସହ ଅଛନ୍ତି ବୋଲି ସେ ଜନସାଧାରଣ ଙ୍କୁ ଆଶ୍ୱାସନା ଦେଇଥିଲେ।
ଏହି ଗସ୍ତ ସମୟରେ ବଙ୍ଗୋମୁଣ୍ଡା ତହସିଲଦାର ଜ୍ୟୋତ୍ସ୍ନାରାଣୀ ମାଝୀ, ବିଡ଼ିଓ ନିତୁଶ୍ରୀ ମେହେର ଙ୍କ ସହ ଜିପିଡିଓ ପୁରୁଷୋତ୍ତମ ମାଝୀ, ଏଇଇ ଦେବ ପ୍ରଧାନ, ଜେଇ ମନୋରଞ୍ଜନ ସାହୁ, ସିନ୍ଧେକେଲା ଆର ଆଇ ସୁଧାଂଶୁ ପଧାନ ଙ୍କ ସହ ଅନ୍ୟ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ଜଗନ୍ନାଥ ବେହେରା, ହେମନ୍ତ ସାହୁ, ପର୍ମା ସାହୁ, ବାବୁଲାଲ ସାହୁ, ମୁନିରାମ ନାଗ, ଓମପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur...


