ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ୟ କାହିଁକି ଗ୍ରାମବାସୀଙ୍କ ଦାବୀ...

ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ୟ କାହିଁକି ଗ୍ରାମବାସୀଙ୍କ ଦାବୀ...


ମୁରିବାହାଲ,୩୦/୦୭(ଶଙ୍କର ମାଝୀ) : ବଲାଙ୍ଗୀର ଜିଲ୍ଳା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ପାତଳପଡା ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରେ ସରକାରୀ ଅନୁଦାନରେ ନିର୍ମାଣଧିନ ଗୋଟିଏ ଗୃହ କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ।

        Ad..


ସରକାରୀ ଅନୁଦାନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସୂଚନା ଫଳକ ନାହିଁ କାହିଁକି? କୋଠା ଗୃହ ନିର୍ମାଣ ରେ ଲାଗିଥିବା ସାମାଗ୍ରୀ ର ମାନ ବିଷୟ କୁ ନେଇ ମଧ୍ୟ ଚିନ୍ତିତ ଗ୍ରାମବାସି।

କେତେ ଟଙ୍କା ଓ କେଉଁ ଅନୁଦାନ ରୁ କାମ ଚାଲିଥିବା ବିଷୟ କୁ ନେଇ ଲୋକଙ୍କ ମନରେ ଅନେକ ସଂଶୟ।କାମ ତଦାରଖ ପାଇଁ ନିୟୋଜିତ ଯନ୍ତ୍ରୀ ନିର୍ମାଣ ସ୍ଥଳି କୁ ନ ଆସିବା ଭଳି ଅଭିଯୋଗ। 

ଉନ୍ନତିମୂଳକ ଯୋଜନା ଅନ୍ତର୍ଗତ କୌଣସି ନିର୍ମାଣ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲାଗିବା ନିୟମ ରହିଥିବା ବେଳେ ନିୟମ ଉଲଙ୍ଘନ କାହିଁକି? କାମ ର ମାନ ଓ ନିର୍ମାଣ ସମ୍ବନ୍ଧିତ ତଥ୍ୟ ସବୁ ସୂଚନା ଫଳକରେ ଲେଖା ହୋଇଥାଏ ହେଲେ କିଛି ଲୁଚାଇବା ପ୍ରୟାସ କି ଭଳି ପ୍ରଶ୍ନ ଉଠୁଛି।

ଗୃହ ନିର୍ମାଣରେ ନିୟୋଜିତ ଯନ୍ତ୍ରୀଙ୍କ କାର୍ଯ୍ୟ ଅବହେଳା ଅଭିଯୋଗ  ମଧ୍ୟ ହେଉଛି। ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ୟ କାହିଁକି ପ୍ରଶ୍ନ ଉଠୁଛି।



Edited by k.s thakur...

Post a Comment

Previous Post Next Post