ଉତ୍କଳ ବାଳାଶ୍ରମରେ ୪ ଦିନିଆ ସ୍ବଚ୍ଛତା କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ...

ଉତ୍କଳ ବାଳାଶ୍ରମରେ ୪ ଦିନିଆ ସ୍ବଚ୍ଛତା କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ...


କଣ୍ଟାବାଞ୍ଜି,୩୦/୦୬(ନି.ପ୍ର) : ଉତ୍କଳ ବାଳାଶ୍ରମ କଣ୍ଟାବାଞ୍ଜି ଶିଶୁ ଯତ୍ନ ଗୃହରେ ନିର୍ଦ୍ଧାରିତ ସ୍ବଚ୍ଛତା କାର୍ଯ୍ୟଯୋଜନା ଅନୁଯାୟୀ ୪ ଦିନିଆ ସ୍ବଚ୍ଛତା କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। 

             Ad..


ଯେଉଁଥିରେ ଶ୍ରୀ ବିଶ୍ବନାଥ ଖାଲଖୋ (ତହସିଲଦାର, କଣ୍ଟାବାଞ୍ଜି), ମିସ୍ ବର୍ଷାରାଣୀ ବାଗ (ଟିଆରପି, ଏନ୍.ଏ.ସି., କଣ୍ଟାବାଞ୍ଜି), ଡଃ ରାକେଶ ପଣ୍ଡିତ (ସୁପରିଣ୍ଟେଣ୍ଡେଣ୍ଟ, CHC କଣ୍ଟାବାଞ୍ଜି), ଶ୍ରୀ ସୁରଥ ବେହେରା (ସମାଜସେବୀ), ଶ୍ରୀ ଚିନ୍ମୟ କୁମାର ଯୋଶୀ...

ଶ୍ରୀ କହ୍ନୁ ଚରଣ ମିଶ୍ର, ଶ୍ରୀ ଅନିଲ କୁମାର ଅଗ୍ରୱାଲ, ଶ୍ରୀ କେ. ସି. ମିଶ୍ର, ଶ୍ରୀ ଲଳିତ କୁମାର ଅଗ୍ରୱାଲ, ଶ୍ରୀ ବିଜୟ କୁମାର ମିଶ୍ର (ଅବସରପ୍ରାପ୍ତ ଶିକ୍ଷକ) ଏବଂ ଅନ୍ୟାନ୍ୟ କମିଟି ସଦସ୍ୟବୃନ୍ଦ ସହିତ ସମାପନୀ ଦିବସରେ ଶ୍ରୀ ଆଶିଷ କୁମାର ନାୟକ (ପିଓଆଇସି, ଡିସିପିୟୁ, ବଲାଙ୍ଗୀର) ମୁଖ୍ୟ ଅତିଥ୍ ଏବଂ ଶ୍ରୀମତୀ ସୁଜାତା ଦୋରା (ପିଓ, DSW ଅଫିସ, ବଲାଙ୍ଗୀର) ସମ୍ମାନିତ ଅତିଥ୍ ଭାବେ ଉପସ୍ଥିତ ରହି ଶିଶୁମାନଙ୍କୁ ସ୍ବଚ୍ଛତା... 

ସ୍ବାସ୍ଥ୍ୟବିଧ‌ି ଓ ପରିବେଶ ସୁରକ୍ଷା ସମ୍ପର୍କରେ ପ୍ରେରଣାଦାୟକ ବାର୍ଭା ପ୍ରଦାନ କରିଥିଲେ।ସେହିପରି ଚାରି ଦିନ ଧରି ପରିସର ସଫେଇ, ବର୍ଜ୍ୟବସ୍ତୁ ପୃଥକୀକରଣ, ସେପ୍ଟିକ୍ ଟ୍ୟାଙ୍କ ସଫେଇ, ଶୌଚାଳୟ ଓ ରୋଷେଇ ଘରର ଧଳା ରଙ୍ଗ କାମ, ସ୍ବଚ୍ଛତା ପ୍ରଶିକ୍ଷଣ, ବିତର୍କ ପ୍ରତିଯୋଗିତା, ପାଲା, ଭିଡିଓ ଡକ୍ୟୁମେଣ୍ଟେସନ୍ ଓ କିଚେନ୍ ଗାର୍ଡେନିଂ ଭଳି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। 

ନିକଟସ୍ଥ ମାକରଚୁଆଁ ଗ୍ରାମରେ ପାଲା ପରିବେଷଣ ଓ ରୋଡ୍ ଶୋ ମାଧ୍ଯମରେ ସ୍ବଚ୍ଛତା ସଚେତନତା ପ୍ରଚାର କରାଯାଇଥିଲା।ସମସ୍ତ କାର୍ଯ୍ୟକ୍ରମ ଉତ୍କଳ ବାଳାଶ୍ରମର କର୍ମଚାରୀ ଶ୍ରୀ ସୌରଭ କୁମାର ମହାକୁର, ଶ୍ରୀମତୀ ସୁନିତା ଛତ୍ରିଆ, ବୈଜୟନ୍ତୀ ପୁଟେଲ, ସୁକୃ ରାୟ ଏବଂ ଶ୍ରୀ ପରିକ୍ଷିତ ପ୍ରଧାନ ଦ୍ବାରା ସୁଚାରୁ ଭାବେ ଆୟୋଜିତ ହୋଇଥିଲା ଏବଂ ...

ବାଳାଶ୍ରମର ନିର୍ବାହୀ ଅଧିକାରୀ ତଥା ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ସମୀର ସାଗର ସମଗ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ, ଶେଷରେ ସମସ୍ତଙ୍କ ଉପସ୍ଥିତିରେ ଜାତୀୟ ସଙ୍ଗୀତ ଗାନ କରାଯାଇ କାର୍ଯ୍ୟକ୍ରମର ଶୁଭ ସମାପନ କରାଯାଇଥିଲା।



Edited by k.s thakur...

Post a Comment

Previous Post Next Post