ଅସୁସ୍ଥ ପଦ୍ମଶ୍ରୀ ଭାଗବତ ପ୍ରଧାନଙ୍କୁ ଭେଟିଲା ବରଗଡ଼ ମହିଳା ସମିତି...
ବରଗଡ଼,୨୯/୦୬(ବିଜୟ କୁମାର ସାହୁ) : ବରପାଲି ବ୍ଲକର କୁମ୍ଭାରୀ ଗ୍ରାମରେ ବିଶିଷ୍ଟ ଲୋକକଳାକାର ତଥା ଶବ୍ଦନୃତ୍ୟ ଗୁରୁ ପଦ୍ମଶ୍ରୀ ଭାଗବତ ପ୍ରଧାନ ଅସୁସ୍ଥ ଥିବା ଖବର ପାଇ ବରଗଡ଼ ମହିଳା ସମିତିର ଏକ ପ୍ରତିନିଧି ଦଳ ତାଙ୍କ ବାସଭବନକୁ ଯାଇ ଭେଟିଥିଲେ।
Ad..
ପାରମ୍ପରିକ ଶବ୍ଦ ନୃତ୍ୟ କଳାର ସଂରକ୍ଷଣ, ପ୍ରଚାର ଏବଂ ପ୍ରସାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସମିତି ପକ୍ଷରୁ ସ୍ମରଣ କରାଯାଇ ତାଙ୍କ ଶୀଘ୍ର ଆରୋଗ୍ୟ ଏବଂ ଦୀର୍ଘ ଜୀବନ କାମନା କରାଯାଇଥିଲା।
ଏହି ଅବସରରେ ତାଙ୍କୁ ଉପଢୌକନ ଓ ଲେମ୍ବୁ ଗଛ ପ୍ରଦାନ ପୂର୍ବକ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରତିନିଧି ଦଳରେ ସମିତିର ସଭାପତି ମନ୍ଦାକିନୀ ପତି, ସମ୍ପାଦିକା ରିନୁ ପତି ଏବଂ ବରିଷ୍ଠ ସଦସ୍ୟା ଅଞ୍ଜନା ଦାସ ଓ ମମତା ମିଶ୍ର ସାମିଲ ହୋଇଥିଲେ।
ବରଗଡ଼ ମହିଳା ସମିତିର ଲୋକାଭିମୁଖୀ କାର୍ଯ୍ୟକଳାପ ଏବଂ ନାରୀ ସୁରକ୍ଷା ପାଇଁ ଅବିରତ ଉଦ୍ୟମକୁ ପଦ୍ମଶ୍ରୀ ଭାଗବତ ପ୍ରଧାନ ପ୍ରଶଂସା କରି ମହିଳାମାନଙ୍କ ଲୋକକଳା କ୍ଷେତ୍ରରେ ଯୋଗଦାନକୁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ।
Edited by k.s thakur...
Tags:
Bargarh


