ସମତା ଏକ୍ସପ୍ରେସ ସାମନାରେ ଡେଇ ଯୁବକଙ୍କ ଆତ୍ମହତ୍ୟା!ମୁରିବାହାଲ ରେଳଫାଟକ ଟ୍ରାକ ନିକଟରୁ ମୃତ ଦେହ ଉଦ୍ଧାର... ମୁରିବାହାଲ,୧୦/୦୬(ଶଙ୍କର ମାଝୀ ) : ବଲାଙ୍ଗୀର ଜିଲ୍ଲା...
ସମତା ଏକ୍ସପ୍ରେସ ସାମନାରେ ଡେଇ ଯୁବକଙ୍କ ଆତ୍ମହତ୍ୟା!ମୁରିବାହାଲ ରେଳଫାଟକ ଟ୍ରାକ ନିକଟରୁ ମୃତ ଦେହ ଉଦ୍ଧାର...
ମୁରିବାହାଲ,୧୦/୦୬(ଶଙ୍କର ମାଝୀ ) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଲୱେ ଷ୍ଟେସନ ନିକଟସ୍ଥ ଫାଟକ ଟ୍ରାକରୁ ଯୁବକର ମୃତ ଦେହ ଠାବ ହୋଇଛି। ମୁରିବାହାଲ ରୁ କଣ୍ଟାବାଞ୍ଜି ଅଭିମୁଖେ ଦ୍ରୁତଗତିରେ ଯାଉଥିବା ସମତା ଏକ୍ସପ୍ରେସ ସମ୍ମୁଖରେ ଆସି ଯୁବକ ମୃତ୍ୟୁ।
Ad..
ତାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିବା ବେଳେ ଦେଖିବାକୁ ମିଳିଛି। ସୂଚନା ମୁତାବକ ମୃତ ବ୍ୟକ୍ତି ଜଣକ ହେଲେ କଣ୍ଟାବାଞ୍ଜି ଆନନ୍ଦନଗର (ୱାର୍ଡ ନଂ ୮)ର ସଞ୍ଜୟ ନାଏକ (୩୫) ସେ ମୁରିବାହାଲ ସ୍ଥିତ ଧୂବା ପଡ଼ାରୁ ବିବାହ କରିଥିଲେ।
ବିବାହ ପରେ ମୁରିବାହାଲ ଧୁବାପଡା ଶଶୁର ଘରେ ରହି କାଠ ମିସ୍ତ୍ରୀ ଭାବେ କାମ କରୁଥିଲେ।କୌଣସି କାରଣରୁ ଘରୋଇ କଳହ ଦୀର୍ଘ ଦିନ ଧରି ଲାଗିଥିବା ଜଣା ଯାଉଛି। ଗତକାଲି ଦିନ ୨ ଟା ବେଳେ ଘରୋଇ କଳହ ହୋଇଥିବା ବେଳେ ଯାତ୍ରୀ ବାହି ସମତା ଏକ୍ସପ୍ରେସ ସାମନାରେ ଡ଼େଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ଘଟଣା ସ୍ଥଳରେ ଜିଆରପି ଏସ ଆଇ ମହେଶ ପ୍ରଧାନ, ଆରପିଏଫ ଏ ଏସ ଆଇ ପରମାନନ୍ଦ ଭାଟି, କନେଷ୍ଟବଲ ସତ୍ୟରଞ୍ଜନ ସାହୁ ଉପସ୍ଥିତ ରହି କେସ ନଂ ୨୩/୨୬ ୠଜୁକରି ଅଧିକ ତଦନ୍ତ ଆରମ୍ଭ କରୁଥିବା ଏଏସଆଇ ଭାଟି କହିଛନ୍ତି।
Edited by k.s thakur...



No comments