Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

କଣ୍ଟାବାଞ୍ଜି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଏବଂ ଏକ ସରକାରୀ ମହାବିଦ୍ୟାଳୟ ସ୍ଥାପନ ଦାବିକୁ ନେଇ ବୈଠକ ଅନୁଷ୍ଠିତ...

କଣ୍ଟାବାଞ୍ଜି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଏବଂ ଏକ ସରକାରୀ ମହାବିଦ୍ୟାଳୟ ସ୍ଥାପନ ଦାବିକୁ ନେଇ ବୈଠକ ଅନୁଷ୍ଠିତ... କଣ୍ଟାବାଞ୍ଜି,୧୦/୦୬(ନି.ପ୍ର) : ବଲାଙ୍ଗିର ଜିଲ୍ଲ...

କଣ୍ଟାବାଞ୍ଜି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଏବଂ ଏକ ସରକାରୀ ମହାବିଦ୍ୟାଳୟ ସ୍ଥାପନ ଦାବିକୁ ନେଇ ବୈଠକ ଅନୁଷ୍ଠିତ...


କଣ୍ଟାବାଞ୍ଜି,୧୦/୦୬(ନି.ପ୍ର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି  ହରିଭବନଠାରେ  ଟ୍ରକ ମାଲିକ ସଂଘ ସଭାପତି ପ୍ରଭାଜିତ ସିଂହ ସାଲୁଜାଙ୍କ ଆହ୍ବାନ କ୍ରମେ ଆୟୋଜିତ ବୈଠକରେ ଓକିଲ ସଂଘ ସଭାପତି ପ୍ରଫୁଲ୍ଲ କୁମାର ନାୟକ ଅଧ୍ୟକ୍ଷତାରେ...

              Ad..


ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ମାନେ ଏକାଠି ହୋଇ ସରକାରଙ୍କ ନିକଟରେ କଣ୍ଟାବାଞ୍ଜି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଏବଂ ଏକ ସରକାରୀ ମହାବିଦ୍ୟାଳୟ ସ୍ଥାପନ ଦାବିକୁ ନେଇ ଦୃଢ଼ ସ୍ବର ଉଠାଇଛନ୍ତି।

ନଗରପାଳ ବରିୟମ ସିଂହ ସାଲୁଜା, ବରିଷ୍ଠ ଆଇନଜୀବୀ ବିଷ୍ଣୁପ୍ରସାଦ ଶର୍ମା, ହେମାଲ ସଂଘ ସଭାପତି ଶେଷଦେବ ପୁଟେଲ, ବଣିକ ସଂଘ ସଭାପତି ଅନିଲ ଅଗ୍ରୱାଲ, ଅଟୋ ସଂଘ, ମାରୱାଡ଼ି ଯୁବ ମଞ୍ଚ ସମେତ ବିଭିନ୍ନ ସାମାଜିକ ଓ ବ୍ୟବସାୟିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। 

ବୈଠକରେ ଆଲୋଚନା ହୋଇଥିଲା ଯେ, କଣ୍ଟାବାଞ୍ଜି ଅଞ୍ଚଳରେ ସରକାରୀ ସ୍ତରରେ କୌଣସି ଉଚ୍ଚଶିକ୍ଷାନୁଷ୍ଠାନ ନଥୁବାରୁ ଛାତ୍ରଛାତ୍ରୀମାନେ ବାହାର ଜିଲ୍ଲା ଓ ରାଜ୍ୟକୁ ଯାଇ ପାଠପଢ଼ା କରିବାକୁ ବାଧ୍ୟ ହେଉଛନ୍ତି। 

ଆର୍ଥକ ଅସୁବିଧା କାରଣରୁ ଅନେକ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥ‌ିବା ବିଷୟ ମଧ୍ୟ ଉଠିଥିଲା। ବକ୍ତାମାନେ କହିଥିଲେ ଯେ, ଉଚ୍ଚଶିକ୍ଷାର ସୁବିଧା ନଥିଲେ ମଧ୍ୟ କଣ୍ଟାବାଞ୍ଜି ଅଞ୍ଚଳରୁ ଅନେକ ଆଇଏଏସ, ଓଏଏସ, ଇଞ୍ଜିନିୟର, ଚାର୍ଟାର୍ଡ ଆକାଉଣ୍ଟାଣ୍ଡ ଓ ଅନ୍ୟାନ୍ୟ କ୍ଷେତ୍ରର ସଫଳ ବ୍ୟକ୍ତିତ୍ଵ ବାହାରିଛନ୍ତି। 

ଏହା ଅଞ୍ଚଳର ଯୁବପିଢ଼ିଙ୍କ ମେଧା ଓ ସାମର୍ଥ୍ୟର ପ୍ରତିଫଳନ ବୋଲି ସେମାନେ ମତ ରଖିଥିଲେ। ଅଞ୍ଚଳର ଶିକ୍ଷା, ଶିଳ୍ପ, କୃଷି, ଜଳସେଚନ, ସ୍ବାସ୍ଥ୍ୟ ଓ ରୋଜଗାର କ୍ଷେତ୍ରର ବିକାଶ ପାଇଁ ସରକାରଙ୍କ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରିବା ସହ କଣ୍ଟାବାଞ୍ଜିରେ ଏକ ସରକାରୀ ମହାବିଦ୍ୟାଳୟ ସ୍ଥାପନ ପାଇଁ ଦାବି ଜୋରଦାର ଧରିଛି। 

ବୈଠକରେ ସର୍ବସମ୍ମତିକ୍ରମେ ସର୍ବଦଳୀୟ କୋର କମିଟି ଗଠନ କରି ଆଗାମୀ ଦିନରେ ଅଞ୍ଚଳର ବିକାଶ ଦାବିକୁ ସଂଗଠିତ ଭାବେ ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନର ପନ୍ଥା ଅବଲମ୍ବନ କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି।



Edited by k.s thakur...

No comments