ଯୁବ ସମାଜସେବୀ ମୁକେଶଙ୍କ ସାଇକେଲ ଯାତ୍ରା...

ଯୁବ ସମାଜସେବୀ ମୁକେଶଙ୍କ ସାଇକେଲ ଯାତ୍ରା...


କଣ୍ଟାବାଞ୍ଜି,୦୬/୦୬(ନି.ପ୍ର) : ବିଶ୍ବ ପରିବେଶ ଓ ସାଇକେଲ ଦିବସ ଅବସରରେ ଯୁବ ସମାଜସେବୀଙ୍କ ସାଇକେଲ ଯାତ୍ରା ଏକ ଉଦାହରଣ ସାଜିଛି।ତୁରେକେଲା ବ୍ଳକ ଅନ୍ତର୍ଗତ ହିଆଁଲ ଗ୍ରାମ ପଞ୍ଚାୟତର ଦାବ୍ରୀ ଗ୍ରାମର ମୁକେଶ ମହାନନ୍ଦ ସାଇକେଲ ଧରି ପବିତ୍ର ଶୈବପୀଠ ହରିଶଙ୍କର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।

      Ad..


ବର୍ତ୍ତମାନ ତୈଳ ସଙ୍କଟ ଓ ଦରବୃଦ୍ଧି ଜନସାଧାରଣଙ୍କ ଗାଡ଼ି ମଟର ବ୍ୟବହାର  ପାଇଁ ଅସୁବିଧାର କାରଣ ହୋଇପଡିଛି।ପରିବେଶ ସୁରକ୍ଷା ଓ ଗ୍ଲୋବାଲ ୱ।ର୍ମିଙ୍ଗ ପାଇଁ ଆମେ ସମସ୍ତେ ସଚେତନ ହେବା।

ବର୍ତ୍ତମାନ ଯୁବପିଢି ସାଇକେଲ ବ୍ୟବହାର ଠାରୁ ଦୂରେଇ ଯାଉଛନ୍ତି ସେମାନେ କିପରି ଏହି ଅଭିଯାନରେ ସାମିଲ ହେବେ ସେଥିପ୍ରତି ସଚେତନ ସୃଷ୍ଟି କରିବା ହେଉଛି ଆଜିର ଆହ୍ୱାନ ବୋଲି ଶ୍ରୀ ମହାନନ୍ଦ କହିଥିଲେ।

ହରିଶଙ୍କରରୁ ଫେରିବା ସମୟରେ  ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ,ସମାଜସେବୀ ଥମିର ଛତ୍ରିଆ ତାଙ୍କୁ ଭେଟି ସ୍ୱ।ଗତ ଜଣେଇଥିଲେ।ସମସ୍ତ ଯୁବବର୍ଗ ପରିବେଶ ସୁରକ୍ଷା ଦିଗରେ ଆଗେଇ ଆସିବାକୁ ଶ୍ରୀ ଦାଶ ଓ ମହାନନ୍ଦ ମିଳିତ ଭାବରେ ଅନୁରୋଧ କରିଥିଲେ।



Edited by k.s thakur...

Post a Comment

Previous Post Next Post