ଦାଦାନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ !...
ମୁରିବାହାଲ,୦୬/୦୬(ଶଙ୍କର ମାଝୀ) : ବଲାଙ୍ଗିର ଜିଲ୍ଳା ମୁରିବାହାଲ ବ୍ଳକ ଅନ୍ତର୍ଗତ ବାନ୍ଦୁପଲା ଗ୍ରାମର ହେମନ୍ତ ମାଝୀ ଦାଦନ ଖଟିବା ପାଇଁଁ ମହାରାଷ୍ଟ୍ର ଯାଇଥିବା ବେଳେ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ସୂଚନା ମିଳିଛି।
Ad..
ସୂଚନା ଅନୁଯାୟୀ ସେ କାମ କରୁଥିବା ସମୟରେ ଏକ ୨୮ମହଳା ବିଶିଷ୍ଟ ନିର୍ମାଣଧୀନ ଭବନରୁ ତଳକୁ ଖସି ପଡ଼ିଥିଲେ। ଗୁରୁତର ଆହାତ ଅବସ୍ଥାରେ ତାଙ୍କ ର ମୃତ୍ୟୁ ଘଟିଥିବା। ହେମନ୍ତ ମାଝୀ ଙ୍କ ଅକାଳ ବିୟୋଗ ରେ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି।
ତାଙ୍କର ମାତ୍ର ୩ ବର୍ଷିର ଏକ ପୁଅ ସନ୍ତାନ ଥିବା ବେଳେ ପରିବାର ର ଭରଣ ପୋଷଣ ନେଇ ଚିନ୍ତା ବଢ଼ିଯାଇଛି।ଏହି ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ସ୍ଥାନୀୟ ଲୋକ ମାନେ ମୃତକଙ୍କ ପରିବାରକୁ ସରକାରୀ ସହାୟତା, ଉପଯୁକ୍ତ କ୍ଷତିପୂରଣ ଏବଂ ଶିଶୁ ର ଭବିଷ୍ୟତ ପାଇଁଁ ସହଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି। ଗରିବ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଙ୍କ ମୃତ୍ୟୁ ପରେ ପରିବାର ଏବେ ଅନିଶ୍ଚିତତା ମଧ୍ୟରେ ଜୀବନ ବିତାଉଛନ୍ତି।
Edited by k.s thakur...


