ତେନ୍ତୁଳିଖୁଣ୍ଟି ସଂରକ୍ଷିତ ଜଙ୍ଗଲ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ...
ମୁରିବାହାଲ,୦୬/୦୬(ଶଙ୍କର ମାଝୀ) : ବଲାଙ୍ଗୀର ବନଖଣ୍ଡ ମୁରିବାହାଲ ରେଞ୍ଜ ଅଧୀନସ୍ଥ ତେନ୍ତୁଳିଖୁଣ୍ଟି ତିଖାରୀ ସଂରକ୍ଷିତ ଜଙ୍ଗଲ ପରିସରରେ ଆଜି “ବିଶ୍ୱ ପରିବେଶ ଦିବସ” ବେଶ୍ ଧୂମଧାମରେ ପାଳିତ ହୋଇଯାଇଛି।
Ad..
ତେନ୍ତୁଳିଖୁଣ୍ଟି ବନ ସଂରକ୍ଷଣ ସମିତି (VSS) ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ସୁରକ୍ଷା ଓ ପରିବେଶର ସନ୍ତୁଳନ ରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି।
ଏହି ସମାରୋହରେ ମୁରିବାହାଲ ବନ ବିଭାଗ ପକ୍ଷରୁ ଫରେଷ୍ଟର ଶ୍ରୀ ଧ୍ରୁବ ଚରଣ ବଗର୍ତ୍ତୀଙ୍କ ସମେତ ଫରେଷ୍ଟ ଗାର୍ଡ ଶ୍ରୀ ଅଜିତ ବେହେରା, ଧରିତ୍ରୀ ବାରିକ, ନିଲୁ ବରିହା ଏବଂ ଆଇପିସିଏ ସ୍କ୍ୱାଡ୍ (Ipcea Squad) ର ସଦସ୍ୟମାନେ ଯୋଗଦେଇ ସ୍ଥାନୀୟ ଅଞ୍ଚଳରେ ସବୁଜିମା ବୃଦ୍ଧି ଏବଂ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ଗ୍ରାମବାସୀଙ୍କ ସହଯୋଗ କାମନା କରିଥିଲେ।
ଏଥି ସହିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପରିବେଶବିତ୍ ମାନେ ଉପସ୍ଥିତ ରହି ଜଙ୍ଗଲ ନଷ୍ଟ ନ କରିବା ଏବଂ ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ସମସ୍ତଙ୍କୁ ସଚେତନ କରାଇଥିଲେ।
ଏହି ଅବସରରେ ତେନ୍ତୁଳିଖୁଣ୍ଟି ଗ୍ରାମର ବହୁ ସଂଖ୍ୟାରେ ଗ୍ରାମବାସୀ ସାମିଲ ହୋଇ ଜଙ୍ଗଲର ସୁରକ୍ଷା ପାଇଁ ସଂକଳ୍ପ ନେବା ସହ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
Edited by k.s thakur...


