ଜଳ ଭାଗରେ ଜୀବନ ରକ୍ଷାର ପ୍ରଦର୍ଶନ ଦେଖିଲେ ବ୍ରିକ୍ସ ପ୍ରତିନିଧି...

ଜଳ ଭାଗରେ ଜୀବନ ରକ୍ଷାର ପ୍ରଦର୍ଶନ ଦେଖିଲେ ବ୍ରିକ୍ସ ପ୍ରତିନିଧି...


କୋଣାର୍କ,୦୬/୦୬(ନି.ପ୍ର): ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ଵାରା ଶୁକ୍ରବାର ଅପରାହ୍ନରେ ଆୟୋଜିତ କାର୍ଯ୍ୟକ୍ରମ ଅନୁଯାୟୀ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିବୃନ୍ଦ ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଓ ଜୀବନରକ୍ଷା ଅନୁଷ୍ଠାନ(Odisha State Watermanship and Lifeguard Institute), ରାମଚଣ୍ଡୀ ପରିଦର୍ଶନ କରିଥିଲେ। 

        Ad..


OSWALIପକ୍ଷରୁ ରାମଚଣ୍ଡୀ ମୁହାଣରେ ଜଳରେ ଘଟୁଥିବା ଦୁର୍ଘଟଣାକୁ ପ୍ରତିରୋଧ କରିବା ନିମନ୍ତେ ଦୁଃସାହସିକ ଜୀବନରକ୍ଷା କାର୍ଯ୍ୟକ୍ରମମାନ ପ୍ରଦର୍ଶିତ ହୋଇଥିଲା।ଲାଇଫ୍ ଜ୍ୟାକେଟ୍ ପିନ୍ଧି ପ୍ରତିନିଧିବୃନ୍ଦ ବୋଟରେ ଭିତରକୁ ଯାଇ ସମସ୍ତ ପ୍ରତିରକ୍ଷା ବ୍ୟବସ୍ଥା ଦେଖିଥିଲେ। 

ଓଡ଼ିଶାରେ ଜଳ ଭାଗରେ ଘଟୁଥିବା ବିପଦର ପରିଚାଳନାରେ OSWALIର ଭୂମିକା ପ୍ରଶଂସନୀୟ।ଏହି ଦକ୍ଷତା ପ୍ରଦର୍ଶନ କାର୍ଯ୍ୟକ୍ରମକୁ ବ୍ରିକ୍ସ୍ ରାଷ୍ଟ୍ର ସମୂହର ପ୍ରତିନିଧିବୃନ୍ଦ ଖୁବ୍ ଉତ୍ସାହର ସହ ଦେଖିବା ସହ ପ୍ରଶଂସା ମଧ୍ଯ କରିଥିଲେ।

ତିନିଦିନିଆ ଅନ୍ତର୍ଜାତୀୟ ବୈଠକର ସଫଳ ଆୟୋଜନ ନିମନ୍ତେ ପ୍ରତିନିଧିବୃନ୍ଦ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA)ଙ୍କୁ ଧନ୍ୟବାଦ ଜଣାଇଥିଲେ। 

OSDMAପକ୍ଷରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କମଳ ଲୋଚନ ମିଶ୍ର ଏବଂ ସମସ୍ତ ବରିଷ୍ଠ ଅଧିକାରୀବୃନ୍ଦ OSWALIରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।



Edited by k.s thakur...

Post a Comment

Previous Post Next Post