ଜମି ପ୍ରଦାନରେ ଜାଲିଆତି, ଗୁଆଲିବେଢ଼ା ଗ୍ରାମବାସୀଙ୍କ ଧାରଣା...
ନବରଙ୍ଗପୁର,୦୬/୦୬(ନି.ପ୍ର): ଆମ ପରିବାରର କେହି ଭୂଦାନରେ ଜମି ଦାନ କରିନାହାନ୍ତି। ଚାଲ୍ କରି ଆମ ଜମି ମାଡିବସିବାକୁ ଉଦ୍ୟମ ହେଉଛି ଏଭଳି ଅଭିଯୋଗ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁଆଲିବେଡ଼ା ଗାଁର ସ୍ବର୍ଗତ ପତି ମାଝୀଙ୍କ ପରିବାରବର୍ଗ।
Ad..
ଗତ ୫ବର୍ଷ ହେବ ଆମର ନିଜର ହକ୍କ ଜମି ପାଇଁ ଲଢ଼େଇ କରୁଛୁ। ଆମକୁ ନ୍ୟାୟ ମିଳୁନି ବୋଲି ଅଭିଯୋଗ କରିଛନ୍ତି ଝରିଗାଁ ବ୍ଲକର ଗୁଆଲିବେଢ଼ା ଗାଁର ପଦୁରାମ ମାଝୀ, ପତି ମାଝୀ, ରୁପଧର ମାଝି, ପତିାମ୍ବର ମାଝୀ, ପିତବାସ ମାଝୀ, ଲକିନାଥ ମାଝୀ, ଘନ ମାଝୀ, ଜଳଧର ମାଝୀ, ବନୁ ମାଝୀ, ବୁଧିରାମ ମାଝୀ, ବନସିଂ ମାଝୀ, ଚକ୍ରମାଝୀ, ଦିନବନ୍ଧୁ ମାଝୀ।
ଏହି ମାମଲାକୁ ନେଇ ଜିଲ୍ଲାପାଳଙ୍କ କୋର୍ଟରେ ଶୁକ୍ରବାର ଦିନ ଶୁଣାଣି ରହିଥିଲା। ଏହି ପରିବାରର ବର୍ଷକର ନବଜାତ ଛୁଆ ସହ ସମସ୍ତ ପରିବାରବର୍ଗ ରୋଷଇ ସାମଗ୍ରୀ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଶୁଣାଣିରେ ସନ୍ତୋଷ ପ୍ରକାଶ ନ କରି ଏମାନେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।
ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢ଼େଇ କରିବେ ବୋଲି ଏମାନେ କହିଛନ୍ତି। ସୂଚନା ଯୋଗ୍ୟ, ଝରିଗାଁ ବ୍ଲକର ଗୁଆଲିବେଢ଼ା ଗାଁର ସ୍ବର୍ଗତ ପତି ମାଝୀଙ୍କୁ ୪ପିଢ଼ି ପୂର୍ବରୁ ରାଜରାଜୁଡା ଅମଳରେ ଆମକୁ ବିକ୍ରମଦେବ ବର୍ମା ୧୫ଏକର ୭୫ସେଣ୍ଟ ଜମି ଦେଇଥିଲେ।
ପରିବାରବର୍ଗ ଖଜଣା ଦେଇ ଆସୁଥିଲେ। ତେବେ ଏଥିରୁ ୫ଏକର ଜମିକୁ ଭୂଦାନରେ ଦିଆଯାଇଥିବା ଦର୍ଶାଯାଇଛି। ତାହା ପୁଣି ଦସ୍ତଖତ କରୁଥିବା ଜେଜେବାପା ଶୁକ୍ଲ ମାଝୀଙ୍କ ନାଁରେ ଜାଲ୍ କରି ଠିପ୍ ଚିହ୍ନ ଦେଇ ଆମର ଜମିକୁ ଭୂଦାନରେ ଦିଆଯାଇଛି।
ଆମ ପରିବାର ଏବେ ବୃଦ୍ଦି ପାଇ ୪ପିଢ଼ୀରେ ୩୦ଟି ପରିବାରର ସଦସ୍ୟ ଶହେ ୩୦ରେ ପହଚିଂଛୁ। ଆମେ ଭାଗ ବାଣ୍ଟି ଜମି ଚାଷ କରି ବଂଚୁଛୁ। ଆମେ ସବୁ ଅନୁସୂଚିତ ଜାତିର। କିନ୍ତୁ ଜମି ଯାହା ନାଁରେ କରାଯାଇଛି ସେ ପଛୁଆବର୍ଗ। ଜମି ଭୁବନ୍ଦୋବସ୍ତ ଓ ଝରିଗାଁର ତତ୍କାଳୀନ ତହସିଲଦାର ଆଦି କରିଥିବା ଭୁଲକୁ ଆମେ ସହିବାକୁ ପଡ଼ୁଛି ବୋଲି ଏମାନେ କହିଛନ୍ତି।
ପୂର୍ବତନ ସଭାପତି ଦକ୍ଷିଣ ଓଡିଶା ଆଦିବାସୀ ମହାସଂଘ ପୂର୍ବତନ ସଭାପତି ଅର୍ଜୁନ ଭତ୍ରା, ଜନଜାତି ସୁରକ୍ଷା ମଂଚର ଉପସଭାପତି ରତନ୍ ମାଝି ପ୍ରମୁଖ ଆଜି ଏହି ପରିବାର ସହ କୋର୍ଟରେ ଯୋଗ ଦେଇଥିଲେ।
ବେଆଇନ୍ ଭାବେ ଜମି ଭୁବନ୍ଦୋବସ୍ତ କରାଯାଇଛି। ସଠିକ ପ୍ରକ୍ରିୟା କରାଯାଇନି। ଜାଲ୍ ଦସ୍ତଖତ କରି କରାଯାଇଛି। ରାଜ୍ୟ ସରକାର ୧୯୫୬ମସିହା ଜମିକୁଯାଂଚ କରି ଆଦିବାସୀଙ୍କୁ ଦେବାକୁ କହୁଥିବା ବେଳେ କିଭଳି ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ଦେବା ପାଇଁ ପ୍ରଶାସନ ତତ୍ପରତା ପ୍ରକାଶ କରୁଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ଭତ୍ରା ଓ ଶ୍ରୀ ମାଝୀ।
ଏହାର ପୁନଃ ତଦନ୍ତ ଦାବି କରିଛନ୍ତି ପରିବାର।ତାଙ୍କ ପରିବାରର ଜଣେ ସଦସ୍ୟ ଭୁଦାନ କରିଥିବାରୁ ଜମି ତାଙ୍କୁ ସଠିକ ନ୍ୟାୟ ପ୍ରକ୍ରିୟାରେ ଜମି ମାପଚୁପ କରାଯିବା ଯୋଜନା ରହିଥିଲା ବୋଲି କହିଛନ୍ତି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ । ସେମାନେ ସିଭିଲ୍ କୋର୍ଟର ଦ୍ବାରସ୍ଥ ହୋଇପାରିବେ କିମ୍ବା ଦିଆଯାଇଥିବା ନିର୍ଦ୍ଦେଶର ରିଭ୍ୟୁ ପିଟିସନ୍ ଦେଇ ପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ।
ସେହିପରି ଝରିଗାଁବ୍ଲକ କାନାକୋଟ୍ ଗାଁର ସ୍ବର୍ଗତ ଗୋମଣ୍ଡି ଭତରାଙ୍କ ନାଁରେ ଥିବା ଜମିକୁ ମଧ୍ୟ ଏଭଳି ହୋଇଛି ବୋଲି ତାଙ୍କ ପରିବାରର ସଦସ୍ୟ କୁଷ ପୁଜାରୀ ଆଦି ପରିବାର ବର୍ଗକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ ବି ପୁନଃବିଚାର କରିବାକୁ ଅନୁରୋଧ କରିଛନ୍ତି।
Edited by k.s thakur...


