ବାଲିଗୁଡ଼ା ବିଜେଡିରୁ ଇସ୍ତଫା ଦେଲେ ୩ ବ୍ଲକ୍‌ ଅଧ୍ୟକ୍ଷ, ଜଣେ ଏନ୍ଏ‌ସି ଅଧ୍ୟକ୍ଷ ଓ ୪ ଜିଲ୍ଲାପରିଷଦ ସଭ୍ୟ...

ବାଲିଗୁଡ଼ା ବିଜେଡିରୁ ଇସ୍ତଫା ଦେଲେ ୩ ବ୍ଲକ୍‌ ଅଧ୍ୟକ୍ଷ, ଜଣେ ଏନ୍ଏ‌ସି ଅଧ୍ୟକ୍ଷ ଓ ୪ ଜିଲ୍ଲାପରିଷଦ ସଭ୍ୟ...


ବାଲିଗୁଡ଼ା,୦୬/୦୬(ନି.ପ୍ର): ବାଲିଗୁଡ଼ା ନିର୍ବାଚନମଣ୍ଡଳୀ ବି‌ଜୁ ଜନତା ଦଳରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ରାଜ୍ୟସଭା ନିର୍ବାଚନରେ କ୍ରସ୍‌ଭୋଟିଂ ପାଇଁ ନିଲମ୍ବିତ ହୋଇଥିବା ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କୁ ସ୍ବାଗତ କରିବା ଅଭିଯୋଗରେ ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାଶ ଓ ସମ୍ପାଦକ ପ୍ରମୋଦ ସାହୁଙ୍କୁ ଗତକାଲି ଦଳରୁ ନିଲମ୍ବିତ କରାଯାଇଥିଲା।

      Ad..

ଯାହାକୁ ନେଇ ସ୍ଥାନୀୟ ବିଜେଡିରେ ହଟଚମଟ ସୃଷ୍ଟି ହୋଇଛି। ଦଳର ନିଷ୍ପତ୍ତିକୁ ବିରୋଧ କରି ବାଲିଗୁଡା, ତୁମୁଡ଼ିବନ୍ଧ, କୋଟଗଡ଼ ଓ କ. ନୂଆଗାଁ ବ୍ଲକ୍‌ର ବିଜେଡିର ସମସ୍ତ ନିର୍ବାଚିତ ସମିତିସଭ୍ୟ,ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ୍‌ ଅଧ୍ୟକ୍ଷଙ୍କ ସ‌ମେତ ସକ୍ରିୟ ସଦସ୍ୟମାନେ ସାମୂହିକ ଭାବେ ବିଜେଡିରୁ ଇସ୍ତଫା ଦେଇଛନ୍ତି। 

ଟୁନା ଓ ପ୍ରମୋଦଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଅନ୍ୟାୟ ଏବଂ ଏକପାଖିଆ ବୋଲି ସେମାନେ କହିଛନ୍ତି। ଦଳୀୟ ନେତୃତ୍ୱ ତୁରନ୍ତ ଏହି ନିଷ୍ପତ୍ତିର ପୁନଃବିଚାର କରିବାକୁ ସେମାନେ ଦାବି କରିଛନ୍ତି।

ଦଳୀୟ ନିଷ୍ପତ୍ତିର ପ୍ରତିବାଦରେ ତୁମୁଡିବନ୍ଧ ଜିଲ୍ଲା ପରିଷଦ ସଭ୍ୟ ତଥା ବ୍ଲକ୍‌ ସଭାପତି ନବୀନ ପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ମାଝୀ, ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ବାଲିଗୁଡ଼ା ଏନ୍ଏ‌ସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷା ମିନତି ନାୟକ, ପୂର୍ବତନ ଉପାଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ସମେତ ଶତାଧିକ କର୍ମୀ ସମୂହ ଇସ୍ତଫା ଦେଇଛନ୍ତି। 

ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ଅସନ୍ତୋଷ ଝାଡ଼ିଛନ୍ତି। ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କୁ ପଠାଇଥିବା ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସାରା ରାଜ୍ୟରେ ମୋଦୀ ହାୱା ଚାଲିଥିବା ବେଳେ ୨୦୨୪ ନିର୍ବାଚନରେ ବାଲିଗୁଡ଼ାରେ ଚକ୍ରମଣି କହଁର ବିଜେଡିର ସମ୍ମାନ ରଖିଥିଲେ। 

୨୦୧୯ରେ ମଧ୍ୟ ଚକ୍ରମଣି ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବିଧାୟକ ହୋଇଥିଲେ। ଦଳ ତାଙ୍କୁ ନିଲମ୍ବନ କରିସାରିଥିବା ବେଳେ ଗତକାଲି ଟୁନା ଓ ପ୍ରମୋଦଙ୍କ ନିଲମ୍ବନକୁ ସ୍ଥାନୀୟ ବିଜେଡି ନେତୃବୃନ୍ଦ ସହଜରେ ହଜମ କରିପାରି ନାହାନ୍ତି।



Edited by k.s thakur...

Post a Comment

Previous Post Next Post