ଦୁର୍ନୀତି ବିରୋଧରେ ଘଣ୍ଟ ବଜାଇ ପ୍ରତିବାଦ ; ପ୍ରଶାସନର ନୀରବତା ନେଇ କ୍ଷୋଭ...

ଦୁର୍ନୀତି ବିରୋଧରେ ଘଣ୍ଟ ବଜାଇ ପ୍ରତିବାଦ ; ପ୍ରଶାସନର ନୀରବତା ନେଇ କ୍ଷୋଭ...


ବେଲପଡ଼ା,୦୬/୦୬(ତ୍ରିନାଥ ବାଗ) : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ଧୂମାଭଟା ଗ୍ରାମପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗକୁ ନେଇ ଜଣେ ଯୁବକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟ ବଜାଇ ପ୍ରତିବାଦ କରିଛନ୍ତି।

Ad..



ପ୍ରଶାସନ ପକ୍ଷରୁ ଅଭିଯୋଗଗୁଡ଼ିକ ଉପରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ  ସେ ଏଭଳି ଅଭିନଵ ଉପାୟରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସୂଚନା ଅନୁଯାୟୀ, ଧୂମାଭଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଲିଆ ଗାଁର ସିପୁନ ଖମାରୀ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଫଲ୍ସ ବିଲ୍ କରାଯାଉଥିବା ସହ ନିମ୍ନମାନର କାମ ହେଉଥିବା ଅଭିଯୋଗ କରି ଆସୁଛନ୍ତି। 

ବାରମ୍ବାର ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେ ବେଲପଡ଼ା ବ୍ଲକ କାର୍ଯ୍ୟାଳୟରେ ପହଁଞ୍ଚି ଘଣ୍ଟ ବଜାଇ ପ୍ରତିବାଦ କରିଥିଲେ।ପ୍ରତିବାଦ ସମୟରେ ସେ ବିଭିନ୍ନ ନାରା ଦେଇ ପ୍ରଶାସନର ନୀରବତା ଉପରେ ପ୍ରଶ୍ନ ଉଠାଇଥିଲେ। 

ପରେ ବିଡ଼ିଓଙ୍କ ପକ୍ଷରୁ ଏସବୁର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ସେ ପ୍ରତିବାଦରୁ ଓହରି ଯାଇଥିଲେ।ଉଲ୍ଲେଖ ଯୋଗ୍ୟ, ଯେ ଗତ ୨୫ ତାରିଖରେ ମଧ୍ୟ ସିପୁନ ଧୂମାଭଟା ଗାଁର ରଣାପଡ଼ାରେ ଡ୍ରେନ ସଫେଇ ପାଇଁ ଦାବି କରିଥିଲେ।

କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସେ ଏକ ବୋତଲରେ ଡ୍ରେନ ପାଣି ନେଇ ବିଡ଼ିଓଙ୍କ କାର୍ଯ୍ୟାଳୟରେ ପହଁଞ୍ଚି ଟେବୁଲ ଉପରେ ରଖି ନିଜର ପ୍ରତିବାଦ ଜଣାଇଥିଲେ।ଏହାପରେ ଡ୍ରେନ ସଫେଇ କରାଯାଇଥିଲା।



Edited by k.s thakur...

Post a Comment

Previous Post Next Post