ସିନ୍ଧେକେଲା ଜେଏମଡି ସ୍କୁଲର ନୂତନ କମିଟି ଗଠନ...

ସିନ୍ଧେକେଲା ଜେଏମଡି ସ୍କୁଲର ନୂତନ କମିଟି ଗଠନ...


ସିନ୍ଧେକେଲା,୦୭/୦୬(ନି.ପ୍ର) : ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ପୁଟୁପଡା ଯିବା ରାସ୍ତାରେ ଥିବା ଜୟ ମାଁ ଦ୍ୱାରସେହ୍ନି ଇଂଲିଶ ମିଡିୟମ ସ୍କୁଲର ପରିଚାଳନା କମିଟିର କାର୍ଯ୍ୟକାଳ ସମାପ୍ତ ହୋଇଥିବାରୁ ଆଜି ସ୍କୁଲ ସଭା ଗୃହରେ ନୂତନ ପରିଚାଳନା କମିଟି ଗଠନ କୁ ନେଇ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। 

Ad..


ନୂତନ ସଭାପତି ଭାବେ ସର୍ବସମ୍ମତି କ୍ରମେ ନାଗରିକ କମିଟି ସଭାପତି ସୁରିୟା ସାହୁଙ୍କୁ ପୁଣିଥରେ ଚୟନ କରାଯିବା ସହ ଉପ ସଭାପତି ଭାବରେ ସାଂସଦ ପ୍ରତିନିଧି ଅନିଲ ନାଏକ , ସମ୍ପାଦକ ଭାବରେ ଅବସର ପ୍ରାପ୍ତ ଶିକ୍ଷକ ମିନୀକେତନ ତ୍ରିପାଠୀ... 

ସହ ସମ୍ପାଦକ ଭାବରେ ବରିଷ୍ଠ ସାମ୍ବାଦିକ ଦିନେଶ ଜୈନ , କୋଷାଧ୍ୟକ୍ଷ ଭାବରେ ଗିତା ସାହୁ , କାର୍ଯ୍ୟକାରିଣୀରେ ପ୍ରତିଷ୍ଠାତା ସଦସ୍ୟ ଭାବରେ ସ୍କୁଲ ପ୍ରତିଷ୍ଠାତା ଅନିଲ ଜୈନ , ଅଭିଭାବକ ସଦସ୍ୟ ଭାବେ ଗୋପୀନାଥ ସାହୁ , ସ୍କୁଲ ଅଧ୍ୟକ୍ଷ ନିତେଶ୍ କୁମାର ସାହୁ ପ୍ରମୁଖଙ୍କୁ ମନୋନୀତ କରାଗଲା।

କମିଟିର ଉପଦେଷ୍ଟା ଭାବରେ ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା , ଜମି ଦାତା ପ୍ରଫୁଲ୍ଲ ସାହୁ ଓ ଯୁବ ସାମ୍ବାଦିକ ଅନିଲ ତ୍ରିପାଠୀ ଙ୍କୁ ରଖାଗଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଗଣପତି ସାହୁ , ନରେନ୍ଦ୍ର ସାହୁ ,  ଜଗଦୀଶ ପଣ୍ଡା , ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ବିଦ୍ୟାଳୟର ବିଭିନ୍ନ ବିକାଶ ଉପରେ ମଧ୍ୟ ଆଲୋଚନା କରାଗଲା।



Edited by k.s thakur...

Post a Comment

Previous Post Next Post