ରାଜ୍ୟରେ ୩,୭୯୩ କୋଟିର ୨୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ, ୨୦ ହଜାର ନିଯୁକ୍ତି ସୁଯୋଗ...

ରାଜ୍ୟରେ ୩,୭୯୩ କୋଟିର ୨୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ, ୨୦ ହଜାର ନିଯୁକ୍ତି ସୁଯୋଗ...


ଭୁବନେଶ୍ଵର,୦୭/୦୬(ନି.ପ୍ର) : ରାଜ୍ୟରେ ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥୋରିଟି ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି ।

      Ad..


ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ₹୩,୭୯୩.୩୩ କୋଟି ବ୍ୟୟରେ ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରସ୍ତାବିତ ୨୪ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି । 

ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ଯୁବକ-ଯୁବତୀଙ୍କ ପାଇଁ ୧୯,୯୨୪ ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ, ସବୁଜ ଶକ୍ତି ଏବଂ ଉତ୍ପାଦନ କ୍ଷେତ୍ର ସହ ଜଡ଼ିତ ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି। 

ସିଙ୍ଗଲ୍ ୱିଣ୍ଡୋ ମାଧ୍ୟମରେ ଦ୍ରୁତ ମଞ୍ଜୁରୀ ଯୋଗୁଁ ବିନିଯୋଗକାରୀଙ୍କ ଆତ୍ମବିଶ୍ଵାସ ବଢ଼ିବା ସହ ଓଡ଼ିଶା ଶିଳ୍ପ ମାନଚିତ୍ରେ ଆହୁରି ଆଗକୁ ଯିବ ବୋଲି ଆଶା କରାଯାଉଛି।



Edited by k.s thakur...

Post a Comment

Previous Post Next Post