ଆୟୁଷ୍ମାନରେ ନୂଆ ସୁବିଧା; ହସ୍ପିଟାଲ ଭର୍ତ୍ତି ପୂର୍ବ ୩ ଦିନର ସ୍ୱାସ୍ଥ୍ୟ ପରୀକ୍ଷା ଓ ପରେ ୧୫ ଦିନ ମାଗଣା ଔଷଧ... ଭୁବନେଶ୍ଵର,୦୭/୦୬(ନି.ପ୍ର) : ଜନସାଧାରଣଙ୍କ ଚିକିତ...
ଆୟୁଷ୍ମାନରେ ନୂଆ ସୁବିଧା; ହସ୍ପିଟାଲ ଭର୍ତ୍ତି ପୂର୍ବ ୩ ଦିନର ସ୍ୱାସ୍ଥ୍ୟ ପରୀକ୍ଷା ଓ ପରେ ୧୫ ଦିନ ମାଗଣା ଔଷଧ...
ଭୁବନେଶ୍ଵର,୦୭/୦୬(ନି.ପ୍ର) : ଜନସାଧାରଣଙ୍କ ଚିକିତ୍ସା ଖର୍ଚ୍ଚ କମାଇବା ଲକ୍ଷ୍ୟରେ ଆୟୁଷ୍ମାନ କାର୍ଡ ଯୋଜନାକୁ ଆହୁରି ବ୍ୟାପକ କରିଛନ୍ତି ରାଜ୍ୟ ସରକାର। ଏଣିକି ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ୩ ଦିନ ମଧ୍ୟରେ କରାଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ପରୀକ୍ଷାର ଖର୍ଚ୍ଚ ଆୟୁଷ୍ମାନ କାର୍ଡ ମାଧ୍ୟମରେ ଦିଆଯିବ।
Ad..
ହସ୍ପିଟାଲରୁ ଡିସଚାର୍ଜ ହେବା ଦିନଠାରୁ ପରବର୍ତ୍ତୀ ୧୫ ଦିନ ପର୍ଯ୍ୟନ୍ତ ମଧ୍ୟ ରୋଗୀଙ୍କୁ ଦରକାର ପଡ଼ୁଥିବା ସମସ୍ତ ଔଷଧ, ଫଲୋ-ଅପ୍ ଚେକ୍-ଅପ୍ ଏବଂ ଆବଶ୍ୟକ ଲ୍ୟାବ ଟେଷ୍ଟ ସମ୍ପୂର୍ଣ୍ଣ ମାଗଣାରେ ହେବ । ଏହି ଔଷଧ ଓ ସେବା ହସ୍ପିଟାଲ ନିଜ ଖର୍ଚ୍ଚରେ ଯୋଗାଇଦେବାକୁ ବାଧ୍ୟ ।
ଯଦି ଅପରେସନ ପରେ କୌଣସି ଜଟିଳତା ହୁଏ କିମ୍ବା ପୁଣି ଭର୍ତ୍ତି ଆବଶ୍ୟକ ପଡେ, ତେବେ ସେଥିପାଇଁ ଅଲଗା ଟଙ୍କା ଦେବାକୁ ପଡ଼ିବ ନାହିଁ। ସେହି ପୂର୍ବ ପ୍ୟାକେଜ୍ ଭିତରେ ହିଁ ସମସ୍ତ ଚିକିତ୍ସା ହେବ।
ତେବେ କିଛି ତାଲିକାଭୁକ୍ତ ଘରୋଇ ହସ୍ପିଟାଲ ଭର୍ତ୍ତି ପୂର୍ବରୁ ଓ ଚିକିତ୍ସା ପରେ ଡାଇଗ୍ନୋଷ୍ଟିକ୍ ଟେଷ୍ଟ ପାଇଁ ରୋଗୀଙ୍କଠୁ ପଇସା ମାଗୁଥିବା ଅଭିଯୋଗ ଆସିଛି । ଏହାକୁ ଗୁରୁତର ଭାବେ ନେଇ ସମସ୍ତ ଏମ୍ପ୍ୟାନେଲ୍ଡ ବେସରକାରୀ ହସ୍ପିଟାଲକୁ ତୁରନ୍ତ ଏଭଳି ପ୍ରଥା ବନ୍ଦ କରିବାକୁ କୁହାଯାଇଛି।
ଆୟୁଷ୍ମାନ କାର୍ଡ ଧାରୀଙ୍କୁ ଯୋଜନାରେ ଥିବା ସମସ୍ତ ସୁବିଧା ବିନା ବାଧାରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଉଲ୍ଲଂଘନ କଲେ କିମ୍ବା ରୋଗୀଙ୍କୁ ହଇରାଣ କଲେ ସମ୍ପୃକ୍ତ ହସ୍ପିଟାଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ଚେତାବନୀ ଦେଇଛି।
Edited by k.s thakur...



No comments