ବଡ଼ବାଙ୍କି ପଞ୍ଚାୟତ ଲିଗ୍ (BPL) କ୍ରିକେଟ୍ ମ୍ୟାଚରେ ଯତୀନ ୱରୀୟର୍ସ ଚମ୍ପିୟାନ... ମୁରିବାହାଲ/କଣ୍ଟାବାଞ୍ଜି,୧୦/୦୬(ଶଙ୍କର ମାଝୀ) : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍...
ବଡ଼ବାଙ୍କି ପଞ୍ଚାୟତ ଲିଗ୍ (BPL) କ୍ରିକେଟ୍ ମ୍ୟାଚରେ ଯତୀନ ୱରୀୟର୍ସ ଚମ୍ପିୟାନ...
ମୁରିବାହାଲ/କଣ୍ଟାବାଞ୍ଜି,୧୦/୦୬(ଶଙ୍କର ମାଝୀ) : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡ଼ବାଙ୍କି ପଞ୍ଚାୟତ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବଡ଼ବାଙ୍କି ପଞ୍ଚାୟତ ଲିଗ୍ (BPL) ର ଫାଇନାଲ ମ୍ୟାଚ୍ ବଡ଼ବାଙ୍କି ମିନି ଷ୍ଟାଡିୟମରେ ଉତ୍ସାହ ଓ ରୋମାଞ୍ଚ ମଧ୍ୟରେ ସମାପ୍ତ ହୋଇଛି।
Ad..
ଫାଇନାଲ ମୁକାବିଲାରେ ଯତୀନ ୱରୀୟର୍ସ ଦମଦାର ପ୍ରଦର୍ଶନ କରି ବ୍ଲାକ ଟାଇଗର୍ସ ଦଳକୁ ପରାସ୍ତ କରି ଚମ୍ପିୟାନ୍ ଟ୍ରଫି ହାସଲ କରିଛି।ମ୍ୟାଚ୍ରେ ଯତୀନ ୱରୀୟର୍ସ ଦଳର ଖେଳାଳିମାନେ ବ୍ୟାଟିଂ ଓ ବୋଲିଂ ଉଭୟ କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରି ଦଳକୁ ଆରମ୍ଭରୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ।
ଦଳର ସମନ୍ୱିତ ଖେଳ, ଶୃଙ୍ଖଳା ଓ ଦୃଢ଼ ମନୋବଳ ସେମାନଙ୍କ ବିଜୟର ମୂଳ ଆଧାର ହୋଇଥିଲା।ଫାଇନାଲ ମ୍ୟାଚ୍କୁ ଦେଖିବା ପାଇଁ ଅଞ୍ଚଳର ବହୁ ସଂଖ୍ୟକ କ୍ରିକେଟ୍ ପ୍ରେମୀ ଓ ସ୍ଥାନୀୟ ଜନସାଧାରଣ ଷ୍ଟାଡିୟମରେ ଉପସ୍ଥିତ ଥିଲେ।
ମ୍ୟାଚ୍ର ପ୍ରତ୍ୟେକ ମୁହୂର୍ତ୍ତ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି କରିଥିଲା। ବିଜୟ ପରେ ଯତୀନ ୱରୀୟର୍ସ ଦଳର ଖେଳାଳି ଓ ସମର୍ଥକମାନେ ଆନନ୍ଦ ଉଲ୍ଲାସରେ ବିଜୟ ଉତ୍ସବ ପାଳନ କରିଥିଲେ।
ଶେଷରେ ଆୟୋଜକ କମିଟି ପକ୍ଷରୁ ଚମ୍ପିୟାନ୍ ଯତୀନ ୱରୀୟର୍ସ ଓ ରନର୍ସଅପ୍ ବ୍ଲାକ ଟାଇଗର୍ସ ଦଳକୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପାଇଁ ଆୟୋଜକ କମିଟିକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ।
ଏହି ଟୁର୍ଣ୍ଣାମେଣ୍ଟ ଗ୍ରାମାଞ୍ଚଳର ଯୁବ ଖେଳାଳିମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବା ସହିତ ସେମାନଙ୍କ ପ୍ରତିଭା ବିକାଶରେ ସହାୟକ ହୋଇଥିବା ବକ୍ତାମାନେ ମତ ପ୍ରକାଶ କରିଥିଲେ।
Edited by k.s thakur...



No comments