ଭାରତ ନିର୍ମାଣ ସମିତି ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ...

ଭାରତ ନିର୍ମାଣ ସମିତି ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ...


ବରଗଡ଼,୧୦/୦୬(ବିଜୟ କୁମାର ସାହୁ) : ବରଗଡ଼ ଭାରତ ନିର୍ମାଣ ସମିତି ର ବରିଷ୍ଟ ନାଗରିକ ଗଣ ଶ୍ରୀ ସୁରେଶ ସାହୁଙ୍କ ବାସଭବନକୁ ଯାଇ ତାଙ୍କର ସୁପୁତ୍ର ଶ୍ରୀ ଜିତାମିତ୍ର  ସାହୁଙ୍କୁ ଓଡ଼ିଶା ପ୍ରଶାସନିକ ସେବା ରେ ସାରା ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଥିବାରୁ ତାଙ୍କୁ  ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। 

       Ad..


ତାଙ୍କର କଠିନ ପରିଶ୍ରମ ଧୈର୍ଯ୍ୟ ନିଜର ଲକ୍ଷ୍ୟ ପ୍ରତି ଅତୁଟ ନିଷ୍ଟା ଓ ପିତାମାତାଙ୍କର ଆଶୀର୍ବାଦ ଏହି ସଫଳତାର ମୂଳ ଆଧାର , ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ । 

ସମସ୍ତେ ତାଙ୍କୁ ଆଶୀର୍ବାଦ ଦେବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ତାଙ୍କର ନିଷ୍ଠା,ସେବା ଭାବ ଓ ସମର୍ପଣ ସହ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାରେ କାର୍ଯ୍ୟକରୀ ସାଧାରଣ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ସଫଳ ହେବା ପାଇଁ  ସହୃଦୟେ ଆଶୀର୍ବାଦ କରିଥିଲେ। 

ଭାରତ ନିର୍ମାଣ ସମିତି ର ସାଧାରଣ ସମ୍ପାଦକ ଶ୍ରୀ ଉଦ୍ଧବ ଚରଣ ବେହେରାଙ୍କ ସହିତ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀ ରବୀନ୍ଦ୍ର ପ୍ରଧାନ, ଡ଼ାକ୍ତର ସୁବଳ କିଶୋର କର,ସୁବାସ ଚନ୍ଦ୍ର ଦାଶ, ଜୟନାରାୟଣ ମିଶ୍ର, ସୁଜାତା ମାଝୀ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ।



Edited by k.s thakur...

Post a Comment

Previous Post Next Post