ତୋରଣ ଭଙ୍ଗା ତଦନ୍ତ ର ରିପୋର୍ଟ କେବେ ଆସିବ : ଆମ୍ ଆଦମୀ ପାର୍ଟି...

ତୋରଣ ଭଙ୍ଗା ତଦନ୍ତ ର ରିପୋର୍ଟ କେବେ ଆସିବ : ଆମ୍ ଆଦମୀ ପାର୍ଟି...


ବରଗଡ଼,୦୮/୦୬(ବିଜୟ କୁମାର ସାହୁ) : ବରଗଡ ଧନୁଯାତ୍ରା ସ୍ମାରକୀ ତୋରଣ ଭାଙ୍ଗିବା ଘଟଣା କୁ ଦୀର୍ଘ ୧୫ ଦିନ ବିତି ଯାଇ ଥିଲେ ମଧ୍ୟ କୌଣସି ତଦନ୍ତ ରିପୋର୍ଟ ସାମ୍ନା କୁ ଆସିନାହିଁ, ତଦନ୍ତ ହେଉଛି ନା ଚାପି ଦିଆ ଯାଇଛି ତାହା ଜଣା ପଡ଼ୁ ନାହିଁ ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି। 

        Ad..


ବରଗଡ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ତୋରଣ ଭଙ୍ଗା ଘଟଣାର ପ୍ରଶାସନିକ ତଦନ୍ତ  ରିପୋର୍ଟ ଶୀଘ୍ର ସାର୍ବଜନିକ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆପ୍ ନେତା ଭବାନୀ ସାହୁ ଦାବୀ କରିଛନ୍ତି।

ସେହିପରି ବରଗଡ ଜିଲ୍ଲାରେ ବହୁତ ଚାଷୀଙ୍କ ଟୋକନ ଆସିନଥିବା ବେଳେ ଅନେକ ଚାଷୀଙ୍କ ପରିମାଣ କମ ଆସିଛି  ତେଣୁ ଏହାର ତୁରନ୍ତ ସମାଧାନ କରିବା ସହ ଚାଷୀଙ୍କ ଧାନ ଶୀଘ୍ର କିଣିବାକୁ ଶ୍ରୀ ସାହୁ ଦାବୀ କରିଛନ୍ତି। 

ସେହିପରି ବରଗଡ଼ ଜିଲ୍ଲାରେ ଖରା ଦିନ ରେ ଟାଟା ପାୱାର ର ଜୁଲମ ଅସହ୍ୟ ହୋଇ ପଡିଥିବା ବେଳେ, ଘନ ଘନ ବିଜୁଳି କାଟ କୁ ତୁରନ୍ତ ବନ୍ଦ କରି ୨୪ ଘଣ୍ଟା ବିଜୁଳି ଯୋଗାଇ ଦେବାକୁ ଦାବୀ କରିଛି ଆମ୍ ଆଦମୀ ପାର୍ଟି। ଅନ୍ୟମାନଙ୍କ ମଧ୍ୟରେ ସ୍ୱରୂପ ଭୋଇ,ମାରିୟମ ବାର୍ଲା, ମିଲୁ ନାଗ, ଏମଡି ମୋଇନ, ସୁଦାମ ସାହୁ ଉପସ୍ଥିତ ଥିଲେ।



Edited by k.s thakur...

Post a Comment

Previous Post Next Post