ଲିଖିତ ଅଭିଯୋଗ ଦେବା ବର୍ଷେ ପରେ ମଧ୍ୟ ରାଜସ୍ବ ବିଭାଗ କାର୍ଯ୍ୟାନୁଷ୍ଠାନ ଶୂନ୍ୟ ?...
କଣ୍ଟାବାଞ୍ଜି,୦୯/୦୬(ନି.ପ୍ର) : ବଲାଙ୍ଗିର ଜିଲ୍ଲା ତୁରକେଲା ବ୍ଲକ୍ କଣ୍ଟାବାଞ୍ଜି ତହସିଲ ଅନ୍ତର୍ଗତ ଧାମନଡଙ୍ଗା ପଞ୍ଚାୟତ ଗ୍ରାମର ଏକ ନମ୍ବର ୱାର୍ଡ ହରିଜନ ପଡ଼ା କୁ ସରକାରୀ ରାସ୍ତା ବହୁ ବର୍ଷ ଧରି ନିର୍ମାଣ ହୋଇଥିଲା।
Ad..
ଗ୍ରାମ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅନେକ କଥା କହି ଜନତା ହାଥ ରୁ ଭୋଟ ନେଇ ମିଛ ପ୍ରତି ଶତ୍ରୁ ଦେଇ ଜିତି ଥାଆନ୍ତି ସରପଞ୍ଚ! ହେଲେ ଗାଁ ରେ ସରପଞ୍ଚ ଥାଇ ବି ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ।
ଗ୍ରାମରେ ଥିବା କେତେ ଜଣ ପ୍ରଭାବଶାଳୀ ବ୍ୟକ୍ତି ମାନେ ସରକାରି ରାସ୍ତା ଉପରେ ଜବରଦଖଲ କରି ବଡ ବଡ କୋଠା ନିର୍ମାଣ କରିଛନ୍ତି।ଏ କଥା ସାମାଜିକ କର୍ମୀ ସନନ୍ତ ତାଣ୍ଡି ତାଙ୍କ ଟୁଇଟର ମାଧ୍ୟମରେ ସରକାର କୁ ଅଭିଯୋଗ କରିଥିଲେ। ଧାମନଡ଼ଙ୍ଗା ଗ୍ରାମ ଏକ ଛୋଟ ବ୍ୟବସାୟୀ ପେଣ୍ଠ ସ୍ଥଳୀ ଭାବେ ପରିଚିତ।
ଏହି ଅଞ୍ଚଳ ରୁ କଣ୍ଟାବାଞ୍ଜି ସହର ଓ ବଙ୍ଗୋମୁଣ୍ଡା କୁ ଏନଏଚ ୪୨ ମୁଖ୍ୟ ରାସ୍ତା ଲାଗି ରହିଛି। ଗମନ ଗମନ ଓ ଗ୍ରାମ ବାସୀ ଯିବା ଆସିବା ପାଇଁ ଦୈନିଦନ ନାନା ପ୍ରକାର ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି।ଏଥି ସହ ସରକାରୀ ଜମି ଜବରଦଖଲ ମଧ୍ୟ ବଢୁଛି।
ଏହି ଗ୍ରାମାଞ୍ଚଳ ର କେତକ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ ରାଜସ୍ୱ ବିଭାଗ ର କେତେ ଜଣ କର୍ମଚାରୀ କୁ ହାତ ଗୁଞ୍ଜା ଦେଇ କୋଠା ନିର୍ମାଣ କରୁଛନ୍ତି କିଛି ପ୍ରଭାବ ଶାଳୀ ଲୋକ।ଯାହା ଫଳ ରେ ରାଜସ୍ୱ ବିଭାଗ ଚୁପ୍ ଅଛି।
ବିଶେଷ କରି ସରକାରୀ ଜମି ରେ କୋଠା ନିର୍ମାଣ ହେଉଥିବା ସମ୍ପର୍କରେ ପୂର୍ବ ରୁ କଣ୍ଟାବାଞ୍ଜି ଆରଆଇ ଓ ତହସିଲଦାର ବିଶ୍ୱନାଥ ଖାଲକୋ ଙ୍କୁ ତହସିଲ୍ କାର୍ଯ୍ୟାଳୟ ଠାରେ ଅଭିଯୋଗ କରିବାର ଗୋଟିଏ ବର୍ଷ ପରେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ।
ତେଣୁ ଗ୍ରାମବାସୀ ପୁଣି ଥରେ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ କରିବା ଓ ଏହି ଘଟଣା ସମ୍ବନ୍ଧେ ହସ୍ତକ୍ଷେପ କରି ସଠିକ୍ ତଦନ୍ତ ସହ ସରକାରୀ ରାସ୍ତା ର ଜମି କୁ ଚିହ୍ନଟ କରି ଜବରଦଖଲ ମୁକ୍ତ କରିବା ଓ ବେଆଇନ ଭାବେ ନିର୍ମିତ କରୁଥିବା କୋଠା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଣ୍ଟା ଭିଡ଼ି ଛନ୍ତି।
Edited by k.s thakur...


