ଚିତାବାଘ ଚମଡା ଜବତ ; ତିନି ଶିକାରୀ ଗିରଫ...

ଚିତାବାଘ ଚମଡା ଜବତ ; ତିନି ଶିକାରୀ ଗିରଫ...


ବ୍ରହ୍ମପୁର,୦୮/୦୬(ନି.ପ୍ର) : ଗତ ତିନି ସପ୍ତାହ ତ‌ଳେ ଗଂଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳରୁ ବ୍ରହ୍ମପୁର ପୁଲିସ ଏକ ଚିତାବାଘ ଚମଡା ଜବତ କରିବା ସହ ତିନି ଶିକାରୀକୁ ଗିରଫ କରିଥିବା ବେଳେ ଆଜି ପୁଣି ଦୁଇ ଶିକାରୀଙ୍କୁ କାବୁ କରିଛି। 

Ad..



ଅଭିଯୁକ୍ତ ଶିକାରୀ ଦ୍ବୟ ହେଲେ ଗଜପତି ଜିଲ୍ଲା ରାମଗିରି ଥାନା ବଡ଼ଗାଁ କେଶବା ଜମାଦାର (୩୪ ବର୍ଷ) ଓ ଗଂଜାମ ଜିଲ୍ଲା ଜରଡ଼ା ଥାନା ବୁରାତାଲ ଗ୍ରାମର ବୀରା ଜମାଦାର (୪୫ ବର୍ଷ)। ସେମାନଙ୍କ ଠାରୁ ପୁଲିସ ଦୁଇଟି ଚିତାବାଘ ଚମଡ଼ା ଜବତ କରିଛି।

ସୂଚନା ପ୍ରକାରେ ପୁଲିସ କୌଣସି ସୁତ୍ରରୁ ସୂଚନା ପାଇ ଉପର ବୁରାତାଲ ଅଞ୍ଚଳକୁ ଯାଇଥିଲା। ପାହାଡ଼ ଉପରେ ଜଙ୍ଗଲ ଆଡକୁ ଦୌଡ଼ୁଥିବା ଦୁଇଜଣଙ୍କୁ ଦେଖି ପୁଲିସ ସେମାନଙ୍କ ପିଛା କରିଥିଲା। ଅଭିଯୁକ୍ତମାନେ ଖଣ୍ଡା ଦେଖାଇବା ସହ ଧମକ ଦେଇଥିବା ବେଳେ ପୁଲିସ କୌଶଳରେ ଉଭୟଙ୍କୁ କାବୁ କରିଥିଲା। 

ଖୋଜାଖୋଜି କରିବା ପରେ ସେମାନଙ୍କ ଠାରୁ ଦୁଇଟି ଅଖାରୁ ଦୁଇଟି ଚିତାବାଘର ସଂପୂର୍ଣ୍ଣ ଆକାରର ଚମଡ଼ା ଉଦ୍ଧାର କରାଯାଇଥିଲା। ଅଭିଯୁକ୍ତ କେଶବା ଠାରୁ ଦୁଇଟି ଜୀବନ୍ତ ହାତବୋମା ଏବଂ ଅଭିଯୁକ୍ତ ବିରା ଠାରୁ ଗୋଟିଏ ଖଣ୍ଡାକାତି ମଧ୍ୟ ଉଦ୍ଧାର କରାଯାଇଥିବା ପୁଲିସ ସୂଚନା ଦେଇଛି। 

କେସ୍ ନମ୍ବର ୧୮୬/୨୬ରେ ପୁଲିସ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।ସୂଚନାଯୋଗ୍ୟ ଯେ, ଗତ ମାସ ୧୬ ତାରିଖରେ ଜରଡ଼ା ଥାନା ଧନବାଡ ଆଙ୍କୁଲି ଜଙ୍ଗଲ ଅଞ୍ଚଳରୁ ପୁଲିସ ଏକ ଚିତାବାଘ ଚମଡ଼ା ଜବତ କରିବା ସହ ଗଜପତି ଜିଲ୍ଲା ରାମଗିରି ଥାନା ଚାଚାଡଖଟା ଗାଁର ଗୋବିନ୍ଦ ଚନ୍ଦ୍ର ନାୟକ, ବରଡ ଗାଁର ଗଞ୍ଜୁ ରଇତ ଓ ମଙ୍ଗରାଜପୁର ଗାଁର ରିତୁନ ବଡମୁଣ୍ଡିକୁ ଗିରଫ କରିଥିଲା।



Edited by k.s thakur...

Post a Comment

Previous Post Next Post