ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ମିଳନୀ ଓ କାର୍ଯ୍ଯକର୍ତ୍ତା ନିର୍ବାଚନ...
ରାଇରଙ୍ଗପୁର,୦୮/୦୬(ନି.ପ୍ର): ମୟୂରଂଭଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦର ପିସିଏମ୍ କଲ୍ଯାଣ ମଣ୍ଡପଠାରେ ଭାରତୀୟ ମଜଦୁର ସଂଘର ମୟୂରଭଞ୍ଜ ଜିଲ୍ଲା ସମ୍ମିଳନୀ ଓ କାର୍ଯ୍ଯକର୍ତ୍ତା ଚୟନ ସମାବେଶ ଅନୁଷ୍ଠିତ ହୋଇଯାଇଛି।
Ad..
ସଭାପ୍ରାରମ୍ଭରେ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ଭର୍ଦ୍ଧିତ କରାଯିବା ପରେ ଶ୍ରମିକ ଗୀତ ଗାନ କରାଯାଇଥିଲା। ଏହାପରେ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା।
ଏହି କାର୍ଯ୍ଯକ୍ରମରେ ସଭାପତିତ୍ବ ସରସ୍ବତୀ ଟୁଡୁ କରିଥିବା ବେଳେ ମୁଖ୍ଯବକ୍ତା ଭାବେ ମୟୂରଭଞ୍ଜ-କେଉଁଝର ପ୍ରଭାରୀ ଡାକ୍ତର ମହାନ୍ତ,ବିଶିଷ୍ଟ ସମ୍ମାନୀୟ ଅତିଥି ଭାବେ ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ନିଗମାନନ୍ଦ ପଟ୍ଟନାୟକ,ସମ୍ମାନିତ ଅତିଥି ଭାବେ ମନୋରମା ବେହେରା ଓ ଅଡିଟର ରତିରଂଜନ ବେହେରା ପ୍ରମୁଖ ଯୋଗଦାନ କରିଥିଲେ।
ସ୍ତମ୍ଭକାର ଲଳିତ କୁମାର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିିଏମ୍ଏସ୍ର ଜିଲ୍ଲା ସମ୍ପାଦକ ବୋଧି ରଜତ ମହାନ୍ତ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ କୋଷାଧ୍ଯକ୍ଷ ନିଳେନ୍ଦ୍ରୀ ପାତ୍ର ବାର୍ଷିକ ଆୟବ୍ଯୟ ହିସାବ ପ୍ରଦାନ କରିଥିଲେ।
ଏହି କାର୍ଯ୍ଯକ୍ରମରେ ୨୬ଟି ବ୍ଲକରୁ ଅଙ୍ଗନଓ୍ବାଡି ଓ୍ବାର୍କର ଓ ସହାୟିକା, ଆଶାକର୍ମୀ, ପାଚିକା, ଖଣିଖାଦନ, ଶିଳ୍ପ, ଅସଂଗଠିତ କ୍ଷେତ୍ରର ଶ୍ରମିକ, କୃଷିଶ୍ରମିକମାନଙ୍କର ବିଭିନ୍ନ ସମସ୍ଯାକୁ ଗତିଶୀଳ କରିବା ନିମନ୍ତେ ଭାରତୀୟ ମଜଦୁର ସଂଘ ଏକମାତ୍ର ଅଣରାଜନୈତିକ ଶ୍ରମିକ ସଂଗଠନ, ଯିଏ କି ସମାଜର ଦାରିଦ୍ର ସୀମାରେଖା ତଳେ ଥିବା ବ୍ଯକ୍ତିଠାରୁ ଆରମ୍ଭ କରି ସବୁ ଶ୍ରେଣୀ ବର୍ଗ ପାଇଁ ନିସ୍ବାର୍ଥପର ଭାବେ କାର୍ଯ୍ଯ କରିଥାଏ ବୋଲି ମୁଖ୍ଯବକ୍ତା କହିଥିଲେ।
ଆଗାମୀ ମାସରେ ଅଙ୍ଗନଓ୍ବାଡି ଓ ଆଶାକର୍ମୀଙ୍କର ଜିଲ୍ଲା ସମ୍ମିଳନୀ କରିବାର ନିଷ୍ପତ୍ତି ଗ୍ରହଣ କରାଯାଇ ତାରିଖ ଧାର୍ଯ୍ଯ କରିବେ ବୋଲି ଆଲୋଚନା ହୋଇଥିଲା। ଜିଲ୍ଲାରେ ଲୁହାଖଣି, ବିଦ୍ଯୁତ୍ ଶ୍ରମିକ,ଭୂମି ସମସ୍ତ ଭିତ୍ତିଭୂମି ଥାଇ ମଧ୍ଯ ବୁହତ ଶିଳ୍ପ କରିବାର ପ୍ରବଳ ଦାବୀ ସହ ରେଲଓ୍ବେ କାର୍ଯ୍ଯକୁ ତ୍ବରାନିତ କରି କେଉଁଝର ଓ ବାଙ୍ଗିରିପୋଷି ସହ ଯୋଡିବା କାର୍ଯ୍ଯ ଖୁବ୍ ଶିଘ୍ର କରିବାକୁ ଦାବୀ ହୁଏ।
ରାଇରଙ୍ଗପୁରକୁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ଯତା ପାଇଁ ମଧ୍ଯ ଦାବୀ କରିଛନ୍ତି। ଉପରସ୍ଥ ସମସ୍ତ ଦାବୀ ପୂରଣ ହେଲେ ମୟୂରଭଞ୍ଜ ଅର୍ଥନୈତିକ ଉନ୍ନତି ସାଧିତ ହୋଇପାରିବ ବୋଲି ଶ୍ରମିକ ନେତା ନିଗମାନନ୍ଦ ବକ୍ତବ୍ଯ ରଖିଥିଲେ।
ପ୍ରତ୍ଯେକ ବ୍ଲକର ବିଏମ୍ ଏସ୍ କମିଟୀ ଗଠନ କରାଯାଇ ସମସ୍ତ ସଂଗଠନ ର କାମକୁ କିପରି ଭଲଭାବେ କାର୍ଯ୍ଯ ହେବ , ସେ ନେଇ ଯୋଜନା କରାଯାଇଛି। ଜିଲ୍ଲାର ସମସ୍ତ କର୍ମକର୍ତ୍ତାଙ୍କୁ ବିଭିନ୍ନ ବ୍ଲକ ପ୍ରଭାରୀ ଦାୟିତ୍ବ ମଧ୍ଯ ଦିଆଯାଇଛି।
Edited by k.s thakur...


