ଭିଜିଲାନ୍ସ ଜାଲରେ କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ, ଦୁଇଟି ଫାର୍ମ ହାଉସ୍, ୩୨ଟି ପ୍ଲଟ୍ ଓ ୫.୪୮ଲକ୍ଷ ନଗଦ ଠାବ...
ଭୁବନେଶ୍ଵର,୧୯/୦୬(ନି.ପ୍ର): କୋରାପୁଟ ଭିିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଆଜି ସକାଳୁ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ସରକାରୀ କାର୍ଯ୍ୟାଳୟ, ବାସଭବନ ଓ ଫାର୍ମ ହାଉସ୍ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ହୋଇଛି।
Ad..
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ଏହି ଚଢ଼ଉ କରିଛି। ସହକାରୀ ନିର୍ବାହୀ ଯନ୍ତ୍ରୀ ସେଠୀଙ୍କ ଜୟପୁର ପରବେଡ଼ା ସ୍ଥିତ ଭଡ଼ାଘର, କୋଟପାଡ଼ ସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ ପ୍ରକୋଷ୍ଠ...
ବୋରିଗୁମ୍ମା ତହସିଲ ଅନ୍ତର୍ଗତ ତାରାଗାଁ ମୌଜାରେ ଥିବା ଦୁଇଟି ଫାର୍ମ ହାଉସ୍, ଖୋର୍ଦ୍ଧା ଜିଲ୍ଲା ଜଟଣୀର ମଢ଼ିପୁର ମୌଜା ସ୍ଥିତ ହାଇଟେକ୍ ପ୍ଲାଜାର (ପ୍ଲଟ ନଂ- ୧୩୨, ବ୍ଲକ- ବି -୬, ଗ୍ରାଉଣ୍ଡ ଫ୍ଲୋର)ର ଏକ ଆବାସିକ ଫ୍ଲାଟ୍, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଚାନ୍ଦୋଳ ନିକଟସ୍ଥ ଜହାଙ୍ଗର ଗ୍ରାମରେ ଥିବା ପୈତୃକ ବାସଭବନରେ ଚଢ଼ଉ କରାଯାଇଛି।
ଭିଜିଲାନ୍ସ ବର୍ତ୍ତମାନ ସୁଦ୍ଧା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଗୋଟିଏ ଫ୍ଲାଟ୍, ୧୪ ଏକରର ଦୁଇଟି ଫାର୍ମ ହାଉସ୍, ଜୟପୁର, କୋରାପୁଟ, ବୋରିଗୁମ୍ମା, କୋଟପାଡ଼ ଓ ପଟାଙ୍ଗି ତହସିଲ ଅଧୀନରେ ୩୨ଟି ମୂଲ୍ୟବାନ ପ୍ଲଟ୍, ୩୦୦ ଗ୍ରାମ ଓଜନର ସୁନା ଅଳଙ୍କାର ଓ ୫.୪୮ଲକ୍ଷ ନଗଦ ଟଙ୍କା ଠାବ କରିଛି।
ଏତଦ୍ବ୍ୟତୀତ ବ୍ୟାଙ୍କ, ପୋଷ୍ଟାଲ ଓ ଅନ୍ୟାନ୍ୟ ଡିପୋଜିଟ୍ ସଂପର୍କିତ କାଗଜପତ୍ର ଠାବ କରିଛି। ଭିଜିଲାନ୍ସର ୭ଜଣ ଡିଏସ୍ପି, ୯ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସ୍ଆଇ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି। ଚଢ଼ଉ ଜାରି ରହିଥିବା ବେଳେ ଯାଞ୍ଚ ଶେଷ ପରେ ସବିଶେଷ ତଥ୍ୟ ହସ୍ତଗତ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
Edited by k.s thakur...


