ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ରାଇରଙ୍ଗପୁରରେ ହେବ ବିକାଶର ବର୍ଷା...
ଭୁବନେଶ୍ବର,୧୯/୦୬(ନି.ପ୍ର) : ଓଡ଼ିଶାରେ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂରାଷ୍ଟ୍ରପତି ଦୌପଦୀ ମୁର୍ମୁ। ଏହି ଅବସରରେ ରାଇରଙ୍ଗପୁରରେ ଏକାଧିକ ମେଗା ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ।
Ad..
କାର୍ଯ୍ୟକ୍ରମରେ ଓଡ଼ିଶାର ଶକ୍ତି, ସଡ଼କ, ପାନୀୟ ଜଳ, କ୍ରୀଡ଼ା ଏବଂ ଆଦିବାସୀ ଉନ୍ନୟନ କ୍ଷେତ୍ରର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ରାଷ୍ଟ୍ରକୁ ଉତ୍ସର୍ଗ କରାଯିବ।
ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭାରତ କୋଲ ଗ୍ୟାସିଫିକେସନ ଆଣ୍ଡ କେମିକାଲ୍ସ ଲିମିଟେଡ୍ (BCGCL) ପ୍ରକଳ୍ପ, ଅପର ଇନ୍ଦ୍ରାବତୀ ୬୦୦ ମେଗାୱାଟ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ, ଆଇବି ଥର୍ମାଲ ପାୱାର ଷ୍ଟେସନର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ...
ଭୁବନେଶ୍ୱରରେ ଏମଏସଡବ୍ଲୁ ସିବିଜି ପ୍ଲାଣ୍ଟ, କଟକ-ଭୁବନେଶ୍ୱର ସଂଯୋଗ ପାଇଁ ନୂତନ ବ୍ରିଜ୍ ନିର୍ମାଣ, ବିଭିନ୍ନ ଜାତୀୟ ରାଜପଥ ଓ ଗ୍ରାମୀଣ ସଡ଼କ ପ୍ରକଳ୍ପ ସାମିଲ ରହିଛି।
ସେହିପରି ୨୪ଟି ଅଟଳ ବସ୍ ଷ୍ଟାଣ୍ଡ, ୯ଟି ଅଟୋମେଟେଡ୍ ଟେଷ୍ଟିଂ ଷ୍ଟେସନ, ବାଲେଶ୍ୱର, କୋରାପୁଟ, ନୟାଗଡ଼ ସହ ବିଭିନ୍ନ ଜିଲ୍ଲାର ପାନୀୟ ଜଳ ପ୍ରକଳ୍ପ, ରାଇରଙ୍ଗପୁର ଇନଡୋର ବ୍ୟାଡମିଣ୍ଟନ କମ୍ପ୍ଲେକ୍ସ, ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଓ ଟ୍ରାଇବାଲ ରିସର୍ଚ୍ଚ ସେଣ୍ଟରର ଉଦ୍ଘାଟନ ମଧ୍ୟ କରାଯିବ।
Edited by k.s thakur...


