କେନସର କୁ ସାମନା କରିବା ପାଇଁ ଫାଇଟର୍ସ ଗୃପ ଗ୍ରାମାଞ୍ଚଳରେ ସ୍ରୁଷ୍ଟି କରିବ କେନସର କେୟାର ସହଯୋଗୀ ର ଏକ ଶକ୍ତିଶାଳୀ ନେଟୱର୍କ...

କେନସର କୁ ସାମନା କରିବା ପାଇଁ ଫାଇଟର୍ସ ଗୃପ ଗ୍ରାମାଞ୍ଚଳରେ ସ୍ରୁଷ୍ଟି କରିବ କେନସର କେୟାର ସହଯୋଗୀ ର ଏକ ଶକ୍ତିଶାଳୀ ନେଟୱର୍କ...


ବରଗଡ଼,୦୮/୦୬(ବିଜୟ କୁମାର ସାହୁ) : କେନସରକୁ ନେଇ ସମାଜରେ ରହିଥିବା ଭୟ, ଭ୍ରାନ୍ତ ଧାରଣା ଓ ନିରାଶାକୁ ଦୂର କରି ସଚେତନତା, ସଠିକ୍ ଚିକିତ୍ସା ଏବଂ ସାମାଜିକ ସହଯୋଗ ମାଧ୍ୟମରେ ରୋଗୀଙ୍କୁ...

       Ad..


ନୂତନ ଜୀବନ ଦେବା ଲକ୍ଷ୍ୟ ନେଇ ରବିବାର ବିଜୁ ପଟ୍ଟନାୟକ ଟାଉନ ହଲ୍‌ରେ ଫାଇଟର୍ସ ଗ୍ରୁପ, ବରଗଡ଼ ପକ୍ଷରୁ ଜାତୀୟ କେନସର ସର୍ଭାଇଭର୍ସ ଦିବସ ଉତ୍ସାହ ସହ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମର ଆରମ୍ଭରେ ମୁଖ୍ୟ ଅତିଥି ବରଗଡ଼ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। 

ସ୍ୱାଗତ ସମ୍ବର୍ଦ୍ଧନା ପରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ଫାଇଟର୍ସ ଗ୍ରୁପର ଅଧ୍ୟକ୍ଷ ଅଶ୍ବିନୀ କୁମାର ଦର୍ଜୀ ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସମ୍ପାଦକ ଅସୀମା ବିଶୋଇ ବାର୍ଷିକ କାର୍ଯ୍ୟବିବରଣୀ ପାଠ କରିଥିଲେ ଓ  ସହ ସଂପାଦକ ଅର୍ଜୁନ ସେଠ ସଂଗଠନର ଭବିଷ୍ୟତ କାର୍ଯ୍ୟଯୋଜନା ଉପସ୍ଥାପନ କରିଥିଲେ। 

ଏହି ଅବସରରେ କ୍ୟାନ୍ସର ରୋଗୀଙ୍କ ସହାୟତା ଓ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୨ ଜଣ କେନସର କେୟାର ସହଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା।ମୁଖ୍ୟ ଅତିଥି ଶ୍ରୀ ପ୍ରଦୀପ ପୁରୋହିତ ତାଙ୍କ ସମ୍ବୋଧନରେ କହିଥିଲେ, “କେନସର ବିରୋଧୀ ଲଢ଼େଇ କେବଳ ଡାକ୍ତର କିମ୍ବା ହସ୍ପିଟାଲର ଦାୟିତ୍ୱ ନୁହେଁ। 

ସମାଜ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ସାଧାରଣ ଲୋକଙ୍କ ସମ୍ମିଳିତ ପ୍ରୟାସ ହିଁ ରୋଗୀଙ୍କୁ ନୂତନ ଆଶା ଦେଇପାରିବ। ସେ ଆହୁରି କହିଲେ ଯେ, କେନସର କାହାକୁ ପଚାରି ଆସେ ନାହିଁ। ସାଧାରଣ ଜନତା ହୁଅନ୍ତୁ, ଜନପ୍ରତିନିଧି ହୁଅନ୍ତୁ କିମ୍ବା ଉଚ୍ଚପଦସ୍ଥ ଅଧିକାରୀ, ଯେକୌଣସି ବ୍ୟକ୍ତି ଏହି ରୋଗର ଶିକାର ହୋଇପାରନ୍ତି। 

ତେଣୁ ଆମେ କେବଳ ବ୍ୟକ୍ତିଗତ ଭାବେ ନୁହେଁ, ସମାଜ ଓ ଅଞ୍ଚଳର ସୁରକ୍ଷା ପାଇଁ ମଧ୍ୟ ଶକ୍ତିଶାଳୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ଗଢ଼ି ତୋଳିବା ଆବଶ୍ୟକ। ପଦପଦବୀ ସ୍ଥାୟୀ ନୁହେଁ, କିନ୍ତୁ ଲୋକଙ୍କ ସ୍ୱାସ୍ଥ୍ୟ ଓ ଜୀବନର ସୁରକ୍ଷା ସର୍ବଦା ଆମର ପ୍ରାଥମିକତା ହେବା ଉଚିତ।

ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ କହିଥିଲେ, “ପ୍ରତ୍ୟେକ ପଂଚାୟତ ରେ କେନସର ସହଯୋଗୀ ସ୍ରୁଷ୍ଟି କରି ପିଡୀତ ସେବାରେ ନିୟୋଜିତ କରିବା ଆମର ଲକ୍ଷ୍ଯ। ସାଧାରଣ ସମ୍ପାଦକ ତାଙ୍କ ସମ୍ବୋଧନରେ କହିଥିଲେ, “ଗ୍ରାମାଞ୍ଚଳର ପ୍ରତ୍ୟେକ କେନସର ରୋଗୀଙ୍କ ପାଖରେ ସଠିକ୍ ସୂଚନା, ଚିକିତ୍ସା ସହାୟତା ଓ ସାମାଜିକ ସମର୍ଥନ ପହଞ୍ଚାଇବା ହିଁ ଫାଇଟର୍ସ ଗ୍ରୁପର ମୂଳ ଲକ୍ଷ୍ୟ।”

ପ୍ରଥମ ଅଧିବେଶନ ‘ଆଶାର ଶକ୍ତି: ମାର୍ଗଦର୍ଶନ ଓ ସହଯୋଗ ମାଧ୍ୟମରେ କେନସର ଭୟକୁ ପରାସ୍ତ କରିବା’ ଶୀର୍ଷକରେ ଆୟୋଜିତ ହୋଇଥିଲା। 

ସ୍ବତନ୍ତ୍ର ବକ୍ତା ରୂପେ ଭିଡିଓ ବାର୍ତ୍ତା ମାଧ୍ଯମ ରେ ଶିଶୁ କେନସର ବିଶେଷଜ୍ଞ ତଥା Indian Childhood Cancer Initiative-ICCI ଗଭର୍ଣ୍ଣି କାଉନସିଲ ସଦସ୍ଯ ସମ୍ବୋଧିତ କରି ଡା. ରମନଦୀପ ସିଂ ଅରୋରା “Navigating Cancer with Support” ବିଷୟରେ ଆଲୋଚନା କରି କହିଥିଲେ, “କେନସର ନିର୍ଣ୍ଣୟ ପରେ ଭୟ ଓ ଆତଙ୍କ ଅନେକ ରୋଗୀଙ୍କୁ ଭୁଲ ନିଷ୍ପତ୍ତି ନେବାକୁ ବାଧ୍ୟ କରେ। 

ଠିକ ସମୟରେ ଠିକ ଚିକିତ୍ସା ଏବଂ ଯଥାର୍ଥ ପରାମର୍ଶ ଜୀବନ ରକ୍ଷା କରିପାରେ।”ବିଶେଷଜ୍ଞ ପ୍ୟାନେଲରେ ଯୋଗଦେଇ ଡା. ନିର୍ମାଲ୍ୟ ଦେଓ ପ୍ରଧାନ କହିଥିଲେ, “କେନସରକୁ ଲୁଚାଇବା ନୁହେଁ, ଚିହ୍ନଟ କରି ସମୟରେ ଚିକିତ୍ସା କରାଇବା ଆବଶ୍ୟକ। 

ସଚେତନତା ହିଁ ସବୁଠାରୁ ବଡ଼ ଅସ୍ତ୍ର।”ଡା. ସତରୂପା ମହାପାତ୍ର କହିଥିଲେ, “ପରିବାର, ଡାକ୍ତର ଓ ସମାଜର ସମର୍ଥନ ରୋଗୀଙ୍କ ମନୋବଳ ବଢ଼ାଇଥାଏ। ଚିକିତ୍ସା ସହିତ ମାନସିକ ସହଯୋଗ ମଧ୍ୟ ସମାନ ଭାବେ ଜରୁରୀ।”ଅଧିବେଶନକୁ ଡା. ପ୍ରତୀକ ମହାରଣା ଆକର୍ଷଣୀୟ ଓ ତଥ୍ୟସମୃଦ୍ଧ ଉପସ୍ଥାପନା ମାଧ୍ୟମରେ ସଂଚାଳନ କରିଥିଲେ। 

ତାଙ୍କ ପ୍ରଶ୍ନୋତ୍ତର ଭିତ୍ତିକ ସଂଳାପ ଓ ସରଳ ଉପସ୍ଥାପନା ଶୈଳୀ ଉପସ୍ଥିତ ଦର୍ଶକଙ୍କୁ ବିଷୟ ସହ ଯୋଡ଼ି ରଖିଥିଲା।ଏହାପରେ ‘Voices of Light – Poetry on the Cancer Journey’ ଶୀର୍ଷକରେ ବିପ୍ଳବୀ କବିତା ଉପସ୍ଥାପନା ମାଧ୍ୟମରେ କେନସର ସର୍ଭାଇଭର ଓ କେୟାରଗିଭରମାନଙ୍କ ଜୀବନ ସଂଘର୍ଷ, ସାହସ ଓ ଆଶାର କାହାଣୀକୁ ଭାବପ୍ରବଣ ଭାବେ ପ୍ରକାଶ କରାଯାଇଥିଲା।

ଦ୍ୱିତୀୟ ଅଧିବେଶନ ‘କେନସର କେୟାର ସହଯୋଗୀ- ଏକ ସମୁଦାୟ ଭିତ୍ତିକ ସହାୟତା ବ୍ୟବସ୍ଥା’ ଉପରେ କେନ୍ଦ୍ରିତ ଥିଲା। ଏଥିରେ ଡା. ନିର୍ମଲ୍ୟ ଦେଓ ପ୍ରଧାନ, ସାମ୍ବାଦିକ  ଅଶୋକ ପ୍ରଧାନ, ଫାଇଟର୍ସ ଗୃପ ପ୍ରତିଷ୍ଠାତା ସଦସ୍ଯ ବିଜନକାନ୍ତି ମିଶ୍ର, କେନସର ସରଭାଇବର୍ସ ଦୁର୍ଲଭି ବିଶ୍ବାଲ ପ୍ୟାନେଲିଷ୍ଟ ଭାବେ ଯୋଗଦେଇ ମୂଲ୍ୟବାନ ମତ ରଖିଥିଲେ।

ଡା. ନିର୍ମଲ୍ୟ ଦେଓ ପ୍ରଧାନ କହିଥିଲେ, “ପ୍ରତ୍ୟେକ ପଞ୍ଚାୟତରେ ଜଣେ କେନସର କେୟାର ସହଯୋଗୀ ଥିଲେ ରୋଗୀମାନେ ଚିକିତ୍ସା, ପରାମର୍ଶ ଓ ସହାୟତା ପାଇବାରେ ଅନେକ ସୁବିଧା ପାଇବେ।”ଶ୍ରୀ ଅଶୋକ ପ୍ରଧାନ କହିଥିଲେ, “ସମାଜର ସାଧାରଣ ଲୋକମାନେ ଯଦି ସ୍ୱେଚ୍ଛାସେବୀ ଭାବେ ଆଗକୁ ଆସନ୍ତି, ତେବେ କେନସର ରୋଗୀ ଓ ସେମାନଙ୍କ ପରିବାରକୁ ବହୁତ ବଡ଼ ସହାରା ମିଳିପାରିବ।”

ବିଜନକାନ୍ତି ମିଶ୍ର କହିଥିଲେ, “ଗ୍ରାମ ସ୍ତରରେ ଏକ ଶକ୍ତିଶାଳୀ କେନସର ସହାୟତା ନେଟୱର୍କ ଗଢ଼ି ଉଠିଲେ କୌଣସି ରୋଗୀ ଏକାକୀ ଅନୁଭବ କରିବେ ନାହିଁ।” ଏହି ଅଧିବେଶନକୁ ଉମ୍ମିଦେଁ ପ୍ରତିଷ୍ଠାତା  ଶ୍ରୀ ନିତାଇ ଗୌର ପାଣିଗ୍ରାହୀ ଦକ୍ଷତାର ସହ ସଂଚାଳନ କରିଥିଲେ। 

ତାଙ୍କ ଜୀବନମୁଖୀ ଉଦାହରଣ, ସରଳ ଉପସ୍ଥାପନା ଏବଂ ସକ୍ରିୟ ଦର୍ଶକ ଅଂଶଗ୍ରହଣ ଭିତ୍ତିକ ମୋଡେରେସନ ସମଗ୍ର ଆଲୋଚନାକୁ ଅଧିକ ପ୍ରଭାବଶାଳୀ କରିଥିଲା।ଏହି କାର୍ଯ୍ୟକ୍ରମ ସବୁଠାରୁ ଅଧିକ ଆକର୍ଷଣ କରିଥିଲା କେନସର ରେ ପିଡୀତ ହୋଇ ମଧ୍ଯ ବିଜୟୀ ହୋଇଥିବା ସରଭାଇବର୍ସ ଖୁବ୍ ଆନନ୍ଦ ର ସହିତ ନାଚି ଜୀବନ କୁ ସେଲେବ୍ରେଟ କରିଥିଲେ।

ଶେଷରେ ଶ୍ରୀମତୀ ଜୟଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ପ୍ରତାପ ଦାଶ, ଦୁର୍ଲଭି ବିଶ୍ବାଲ, ଅନୁଜା ସାହୁ, ସତ୍ୟଜିତ ଦାଶ, ବିଜନକାନ୍ତି ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।



Edited by k.s thakur...

Post a Comment

Previous Post Next Post