ବରଗଡ଼ରେ ନିଆରା ଢଙ୍ଗରେ ଫାଇଟର୍ସ ଗ୍ରୁପ ପକ୍ଷରୁ ଆନ୍ତର୍ଜାତୀୟ କର୍କଟ ବିଜେତା ଦିବସ ପାଳିତ...

ବରଗଡ଼ରେ ନିଆରା ଢଙ୍ଗରେ ଫାଇଟର୍ସ ଗ୍ରୁପ ପକ୍ଷରୁ ଆନ୍ତର୍ଜାତୀୟ କର୍କଟ ବିଜେତା ଦିବସ  ପାଳିତ...


ବରଗଡ଼,୦୮/୦୬(ବିଜୟ କୁମାର ସାହୁ) : କ୍ୟାନ୍ସରର ହବ ସେଣ୍ଟର ବରଗଡ଼ ଜିଲ୍ଲା । କ୍ୟାନ୍ସର ରୋଗରୁ ମୁକ୍ତି ପାଇବା ପାଇଁ ସଚେତନତା ହିଁ ଏକ ମାତ୍ର ମୂଳମନ୍ତ୍ର। 

Ad..



ନିଜେ ସଚେତନା ହେବା ସହିତ ଗାଁଠୁ ସହର ପର୍ଯ୍ୟନ୍ତ ସଭିଙ୍କୁ ସଚେତନା କରିବା ସଂକଳ୍ପ ନେଇ ଆଜି ଫାଇଟର୍ସ ଗ୍ରୁପ ପକ୍ଷରୁ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଆନ୍ତର୍ଜାତୀୟ କର୍କଟ ବିଜେତା ଦିବସ ଜନସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । 

ଫାଇଟର୍ସ ଗ୍ରୁପ ସଭାପତି ଅଶ୍ବିନୀ ଦର୍ଜୀଙ୍କ ଅଧ୍ୟକ୍ଷତା ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କ୍ୟାନ୍ସର ବିଶେଷଜ୍ଞ ଡାକ୍ତର ନିର୍ମାଳ୍ୟଦେଓ ପଧାନ, ଡାକ୍ତର ଶତରୂପା ମହାପାତ୍ର, ଡାକ୍ତର ପ୍ରତୀକ ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । 

ଏହି ସଚେତନା କାର୍ଯ୍ୟକ୍ରମରେ ସମଗ୍ର ଜିଲ୍ଲାବାସୀ ଓ ଦେଶବାସୀଙ୍କୁ ନିଶା ସେବନଠାରୁ ଦୂରେଇ ରହିବା ସହିତ ଚାଷୀ କାମରେ ଅଧିକ କୀଟନାଶକ ଔଷଧ ଓ ରାସାୟନିକ ସାର ପ୍ରୟୋଗ ନକରିବା ଏବଂ କ୍ୟାନ୍ସର ଯୁକ୍ତ ଖାଦ୍ୟରୁ ଦୂରେଇ ରହିବାକୁ ଆହ୍ବାନ କରିଥିଲେ। 

ଏହି ଉପଲକ୍ଷେ ବିଭିନ୍ନ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା।ସେହିପରି ପ୍ରଥମ ଅଧିବେଶନରେ ଆମେ କ୍ୟାନ୍ସରକୁ କାହିଁକି ଭୟ କରିବା ଓ ଦ୍ବିତୀୟ ଅଧିବେଶନରେ କ୍ୟାନ୍ସର ସହଯୋଗୀ ପ୍ରସ୍ତୁତି କରଣ ଉପରେ ବିଷଦ ଆଲୋଚନା କରାଯାଇଥିଲା। ଏହି ଅବସରରେ ଫାଇଟର୍ସ ଗୃପ ତରଫରୁ ସମସ୍ତ ବ୍ଲକ ରେ ସାହାଯ୍ୟ କରୁଥିବା ସଦସ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା।



Edited by k.s thakur...

Post a Comment

Previous Post Next Post