ସୈନିକ ସ୍କୁଲ ନିକଟରେ ସିରିଜ୍‌ ଦୁର୍ଘଟଣା, ୨ ମୃତ, ୪ ଗୁରୁତର...

ସୈନିକ ସ୍କୁଲ ନିକଟରେ ସିରିଜ୍‌ ଦୁର୍ଘଟଣା, ୨ ମୃତ, ୪ ଗୁରୁତର...


ଭୁବନେଶ୍ବର,୧୬/୦୬(ନି.ପ୍ର): ଗତକାଲି (ସୋମବାର) ରାତି ପ୍ରାୟ ୯ଟା ବେଳେ ସୈନିକ ସ୍କୁଲ ନିକଟରେ ରାସ୍ତାକଡ଼ରେ ଚାହା ପିଉଥିବା କିଛି ଲୋକଙ୍କ ଉପରେ ଏକ କାର୍‌ ଦ୍ରୁତଗତିରେ ଧକ୍କା ଦେଇଛି। 

            Ad..


ଏହି ଦୁର୍ଘଟଣାରେ ଏକ ଅଟୋ ଓ ୫ଟି ବାଇକ୍‌ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା କାର୍‌ଟିର ସମ୍ମୁଖ ଭାଗ ଚୂରମାର ହୋଇଯାଇଛି।ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନାନୁସାରେ, କାର୍‌ ଟି ଦ୍ରୁତ୍‌ ଗତିରେ ଆସି ରାସ୍ତାକଡ଼ରେ ଆମ୍ବଗଛ ନିକଟ ଏକ ଚାହା ଦୋକାନ ନିକଟରେ ଧକ୍କା ହୋଇଥିଲା। 

ସେଠାରେ ଥିବା କେତେକ ମୋଟର ସାଇକଲ୍‌ ଓ ଏକ ଅଟୋକୁ ମଧ୍ୟ ଧକ୍କା ଦେଇଥିଲା। ଚାହା ପିଉଥିବା କିଛି ଲୋକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ। 

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।ଦୁର୍ଘଟଣା ଘଟାଇଥିବା କାର୍‌ ଚାଳକଜଣକ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି। 

ଆହତଙ୍କୁ ଉଦ୍ଧାର କରି ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିବା ଜଣେ ଆମ୍ବୁଲାନ୍‌ସ ଚାଳକଙ୍କ କହିବାନୁସାରେ, କାର୍‌ ଚାଳକଜଣକ ନିଶାଶକ୍ତ ଥିଲେ।

ଦୁର୍ଘଟଣାପରେ ଅନେକ ସମୟ ଧରି ରାସ୍ତାର ଉଭୟପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଥିଲା। ଟ୍ରାଫିକ୍‌ ସେବା ବିପର୍ଯ୍ୟସ୍ତ ହୋଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଟ୍ରାଫିକ୍‌ ଚଳାଚଳ ସ୍ବାଭାବିକ କରିଛି।



Edited by k.s thakur...

Post a Comment

Previous Post Next Post