ଏବର୍ଷ ଭଦ୍ରକରେ ହେବ ମେଡ଼ିକାଲ କଲେଜ୍ ଓ ବିଶ୍ଵବିଦ୍ୟାଳୟ: ଉପ ମୁଖ୍ୟମନ୍ତ୍ରୀ...

ଏବର୍ଷ ଭଦ୍ରକରେ ହେବ ମେଡ଼ିକାଲ କଲେଜ୍ ଓ ବିଶ୍ଵବିଦ୍ୟାଳୟ: ଉପ ମୁଖ୍ୟମନ୍ତ୍ରୀ...


ଭଦ୍ରକ,୧୬/୦୬(ନି.ପ୍ର): ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏହି ବର୍ଷ ମଧ୍ୟରେ ହିଁ ଭଦ୍ରକରେ ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ ଓ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ଗତକାଲି (‌ସୋମବାର) ଭଦ୍ରକ ଗସ୍ତ ସମୟରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ସମ୍ମୁଖରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

            Ad..


ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଦିନିକିଆ ଭଦ୍ରକ ଗସ୍ତ ରେ ଆସିଥିଲେ। ଜିଲ୍ଲାପାଳଙ୍କ ସମ୍ମିଳନୀ ପ୍ରକୋଷ୍ଠ ରେ ଏକ ସାମ୍ବାଦିକ ସମ୍ମୀଳନୀରେ ଯୋଗଦେଇଥିଲେ। 

କେନ୍ଦ୍ରରେ ପରିଚାଳିତ ୧୨ ବର୍ଷର ଲୋକପ୍ରିୟ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଙ୍କ ସଫଳତା ଓ ଓଡ଼ିଶାରେ  ମୁଖ୍ୟମନ୍ତ୍ରୀ ମୋହନ ସରକାରଙ୍କର ୨ ବର୍ଷ ପୂର୍ତ୍ତି  ଓ ବିକାଶ ମୂଳକ କାର୍ଯ୍ର ତଥ୍ୟ ରଖିଥିଲେ।

ଏହି ସାମ୍ବାଦିକ ସମ୍ମୀଳନୀରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଲେ, ଭଦ୍ରକବାସୀଙ୍କର ପ୍ରମୁଖ ଦାବି ମେଡ଼ିକାଲ କଲେଜ ଓ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା। ମୁଖ୍ୟମନ୍ତ୍ରୀ ଏହା ପ୍ରତିଷ୍ଠା ହେବ ବୋଲି ଘୋଷଣା କରି ସାରିଛନ୍ତି।   

୨୦୨୬  ମସିହା ଶେଷ ପୂର୍ବରୁ ଭଦ୍ରକରେ ମେଡ଼ିକାଲ କଲେଜ ଓ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେବ। ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶୁଭ ଦେବେ।ଏହି ସାମ୍ବାଦିକ ସମ୍ମୀଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ... 

ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ  ଶୀତାଂଶୁ ଶେଖର ମହାପାତ୍ର , ଜିଲ୍ଲାପାଳ ଦିଲୀପ ରାଉତରାୟ, ଜିଲା ଉନ୍ନୟନ ଅଧିକାରୀ ସରୋଜ ଦତ୍ତ ପ୍ରମୁଖ ଯୋଗଦେଇଥିଲେ।ପରେ ଉପମୁଖ୍ୟମନ୍ତ୍ରୀ ଭଦ୍ରକର କୋର କୋ ରା ଠାରେ ସ୍ଥାପନା କରାଯାଇଥିବା କାନ୍ତ କବି ପାର୍କର ଉଦ୍ଘାଟନ କରିଥିଲେ।



Edited by k.s thakur...

Post a Comment

Previous Post Next Post