ପଦ୍ମପୁର ଆଦର୍ଶ ଥାନା ର ଆଦର୍ଶ ଏ.ଏସ .ଆଇ. ସନ୍ତୋଷ ସାହୁ ଙ୍କ ଅବସର ଗ୍ରହଣ...

ପଦ୍ମପୁର ଆଦର୍ଶ ଥାନା ର ଆଦର୍ଶ  ଏ.ଏସ .ଆଇ. ସନ୍ତୋଷ ସାହୁ ଙ୍କ ଅବସର ଗ୍ରହଣ...


ବରଗଡ଼/ପଦ୍ମପୁର,୨୯/୦୬(ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ର ପଦ୍ମପୁର ଆଦର୍ଶ ଥାନା ରେ କାର୍ଯ୍ୟରତ ସନ୍ତାନ ସାହୁ ଆଜି ଚାକିରି ଜୀବନ ରୁ ଅବସର ଗ୍ରହଣ କରିଛନ୍ତି। 

Ad..



ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ସନ୍ତୋଷ  ସାହୁ ଙ୍କୁ ଥାନା ତରଫରୁ ଉପଖଣ୍ଡ ଥାନା ଅଧିକାରୀ ପାଣ୍ଡବ ଶବରଙ୍କ ଉପସ୍ଥିତି ରେ ଥାନା ଅଧିକାରୀ ଓ ସମସ୍ତ ସହ କର୍ମଚାରୀ ପ୍ରଶଂସିତ ମାନପତ୍ର ଓ ଉପଢ଼ୌକନ ଦେଇ ବିଦାୟ ଦିନ ପାଳନ କରାଯାଇଛି। 

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଂଚଳ ରେ ଜନ୍ମଗ୍ରହଣ କରି ଥିଲେ ବି ବରଗଡ଼ ଜିଲ୍ଲା ଅତାବିରା ଥାନା ରୁ ଚାକିରି ଜୀବନ ଆରମ୍ଭ କରିଥିଲେ। ଜିଲ୍ଲା ର ବିଭିନ୍ନ ଥାନା ରେ ଜଣେ ଦକ୍ଷ କର୍ମଚାରୀ ଭାବରେ କାମ କରି ଶେଷ ପାଞ୍ଚ ବର୍ଷ ପଦ୍ମପୁର ଆଦର୍ଶ ଥାନା ରେ କାର୍ଯ ଶେଷ କରିବାର ଶୈଭାଗ୍ଯ ଅର୍ଜନ କରିପାରିଛନ୍ତି। 

ପଦ୍ମପୁର ରେ ଦିର୍ଘ ପାଞ୍ଚ ବର୍ଷ ଧରି ଦକ୍ଷତା ସହ କାର୍ଯ୍ୟ କରିଥିବାରୁ ସର୍ବସାଧାରଣ ରେ ପ୍ରଶଂସିତ ହେଉଥିଲେ ‌। ପୋଲିସ ଚାକିରି କରୁଥିଲେ ଯେଉଁଠି ସାଧାରଣ ଲୋକ ପୋଲିସ କୁ ବିଶ୍ବାସ କୁ ନେଉନଥିବା ବେଳେ ସନ୍ତୋଷ ସାହୁ ପଦ୍ମପୁର ସହରର ତଥା ପାଖଆଖ ଅଂଚଳ ର ଜନସାଧାରଣ ଙ୍କ ସହ ବିଶ୍ବାସ ବଢାଇବାରେ ସଫଳ ହୋଇପାରିଥିଲେ। 

ଆଜି ତାଙ୍କ ଚାକିରି ଜୀବନ ରେ ପହଡ଼ ପଡିଛି। ପୋଲିସ ଚାକିରି ସମୟରେ କେତେ ଭଲ କେତେ ଖରାପ୍ କାମ କରିଛନ୍ତି ତାହାର ଜୀବନ୍ତ ରୂପ ହେଉଛି ପଦ୍ମପୁର ଆଦର୍ଶ ଥାନା ର ପାଞ୍ଚ ବର୍ଷ। ପଦ୍ମପୁର ଥାନାରେ କାର୍ଯ୍ୟରତ ଥିବା ସମୟରେ ଅତି ସାଧାରଣ ରୁ ସାଧାରଣ ଲୋକ ହୁଅନ୍ତୁ ବା ସମାଜର ଗଣ୍ୟମାନ୍ୟ ବ୍ୟକ୍ତି କିମ୍ବା ବରିଷ୍ଠ ନାଗରିକ ଥାନା କୁ କାମରେ ଆସିଲା ମାତ୍ର କେ ଖୋଜା ପଡ଼ନ୍ତି ସାହୁ ବାବୁ। 

ପଦ୍ମପୁର ସହରର ଦୂର୍ଗାପୂଜା ହେଉକି ଶୀତଳଷଷ୍ଠୀ, ଗଣେଶ ପୂଜା ହେଉକି କାଳି ପୂଜା କିମ୍ବା ବିଭିନ୍ନ ସଭାସମିତି ଏହି ଏ ଏସ ଆଇ ସନ୍ତୋଷ ସାହୁ ଅତି ସହଜରେ ସାମିଲ ହୋଇ ଶାନ୍ତି ଶୃଙ୍ଖଳା ସହ ସମସ୍ତ କାର୍ଯ୍ୟ ସମାପନ କରିଥାନ୍ତି। 

ତାଙ୍କ ଅବସର ଗ୍ରହଣ ସମୟ ହୋଇଥିବାରୁ ପଦ୍ମପୁର ଆଦର୍ଶ ଥାନା ଅଂଚଳର ଜନସାଧାରଣ ଏଭଲି ଏକ ଆଦର୍ଶ କର୍ମଚାରୀ ଙ୍କୁ ସବୁଦିନ ମନେ ରଖିଥିବେ । ତାଙ୍କ ଅବସର ସମୟ ଭଲ ରେ ଅତିବାହିତ ହୋଇ ସୁସ୍ଥ ଜୀବନ ଅତିବାହିତ ହେଉ ବୋଲି ସହରର ଅନେକ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ତାଙ୍କୁ ଶୁଭକାମନା ଜଣାଇଛନ୍ତି।



Edited by k.s thakur...

Post a Comment

Previous Post Next Post