ପଦ୍ମପୁର ଟାଉନ୍ ହଲ୍ ଠାରେ ବରଗଡ଼ ଜିଲ୍ଲା ର ଜଳ ସଙ୍କଟ ଉପରେ ମହତ୍ତ୍ୱପୂର୍ଣ୍ଣ ଆଲୋଚନା ଚକ୍ର...

ପଦ୍ମପୁର ଟାଉନ୍ ହଲ୍ ଠାରେ ବରଗଡ଼ ଜିଲ୍ଲା ର ଜଳ ସଙ୍କଟ ଉପରେ ମହତ୍ତ୍ୱପୂର୍ଣ୍ଣ ଆଲୋଚନା ଚକ୍ର...


ବରଗଡ଼/ ପଦ୍ମପୁର,୨୯/୦୬(ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ ଉତ୍କଟ ହେଉଥିବା ପାଣି ସମସ୍ୟା ଓ ତାର ସ୍ଥାୟୀ ପ୍ରତିକାର ନେଇ ପଦ୍ମପୁର ଟାଉନ୍ ହଲ୍ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। 

Ad..



ଏହି କାର୍ଯ୍ୟକ୍ରମ ପରିବେଶବିତ୍ ଜେଠୁ ଭୋଇ ଓ ବରିଷ୍ଠ କୃଷି ବୈଜ୍ଞାନିକ ଅମୂଲ୍ୟ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଚାଷୀ, ପଞ୍ଚାୟତ ପ୍ରତିନିଧି, ଯୁବ ସଂଗଠନ ଓ ବୁଦ୍ଧିଜୀବୀ ମାନେ ଯୋଗଦେଇଥିଲେ।

ପରିବେଶ ବିତ୍ ଜେଠୁ ଭୋଇ କହିଲେ, “ବରଗଡ଼ ଓଡ଼ିଶାର ଧାନ ଭଣ୍ଡାର, କିନ୍ତୁ ଭୂତଳ ଜଳସ୍ତର ବିପଦ ସଙ୍କେତ ତଳକୁ ଖସିଲାଣି। ପଦ୍ମପୁର, ପାଇକମାଲ, ଝାରବନ୍ଧ ବ୍ଲକରେ ମେ’ ମାସରେ ବି 400-500 ଫୁଟ୍ ଖୋଳିଲେ ପାଣି ମିଳୁନି। ଧାନ ବଦଳରେ ବୋରୱେଲ୍ ଚାଷ ହେଉଛି।

ଭୂତଳ ଜଳ ସଂରକ୍ଷଣ ହିଁ ଏକମାତ୍ର ବାଟ : 

ଡ. ଅମୂଲ୍ୟ ସାହୁ କହିଲେ, “କେବଳ ନଳକୂପ ଖୋଳିଲେ ହେବ ନାହିଁ। ବର୍ଷାଜଳ ଅମଳ, ଛାତ ଉପର ଜଳ ସଂରକ୍ଷଣ, ପୋଖରୀ ଖୋଳା, ଚେକ୍ ଡ୍ୟାମ୍ ନିର୍ମାଣ କରି ଭୂତଳ ଜଳକୁ ରିଚାର୍ଜ କରିବାକୁ ପଡିବ। ବରଗଡ଼ ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ରୁ ଅଧିକ ସରକାରୀ ଗଭୀର ନଳକୂପ ଅଛି। ତା’ ଭିତରୁ ୪୦ ପ୍ରତିଶତ ଅଚଳ 

ଅଚଳ। କେଉଁଠି ମୋଟର ପୋଡିଛି, କେଉଁଠି ପାଇପ୍ ଭାଙ୍ଗିଛି। ସମସ୍ତ ଅଚଳ ନଳକୂପର ତାଲିକା କରି 3 ମାସ ଭିତରେ ମରାମତି ଓ ପୁନରୁଦ୍ଧାର କରାଯାଇପାରେ ବୋଲି ମତପ୍ରକାଶ ପାଇଛି। ‘ପଦ୍ମପୁର ଜଳର ପ୍ରତି କାର ଘରେ ଛାତ ଉପର ଜଳ ସଂରକ୍ଷଣ ଟାଙ୍କି। ପଞ୍ଚାୟତ ସବ୍ସିଡି ଦେବ।

ପୋଖରୀ ଗୁଡିକକୁ ଉଦ୍ଧାର କରି ଗଭୀର କରାଯିବ, ଅଧିକ ପାଣି ଖାଉଥିବା ଧାନ ବଦଳରେ ଡାଲି, ତୈଳବୀଜ,ମସଲା ବୀଜ ରୋପଣ ଓ ଚାଷ ଅଚଳ ନଳକୂପକୁ ପୁନଃ ଦେଶୀ ପ୍ରକ୍ରିୟାରେ ସଚଳ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ପ୍ରକାଶ କରିଥିବା ବେଳେ ପରିବେଶ ବିତ୍ ଜେଠୁ ଭୋଇ ଚେତାବନୀ ଦେଇ କହିଛନ୍ତି ଯେ “ଆଜି ଚେତିଲେ କାଲି ପଦ୍ମପୁର ବଞ୍ଚିବ। 

ନହେଲେ ଆସନ୍ତା ୧୦ ବର୍ଷ ପରେ ପାଣି ପାଇଁ ଆକୁଳ ହୋଇ ସଗ୍ରାମ ହେବ ଓ ସେଥିରେ ପଦ୍ମପୁର ସହର ଓ ସମଗ୍ର ପଦ୍ମପୁର ଉପଖଣ୍ଡରେ ଜନଶୂନ୍ୟ ହେବା କେବଳ ସମୟର ଅପେକ୍ଷା।”

ଆଲୋଚନା ଚକ୍ରରେ ପାରିତ ପ୍ରସ୍ତାବ ଅନୁଯାୟୀ ବରଗଡ଼ ଜିଲ୍ଲା ରେ ଅଚଲ ହୋଇ ପଡିଥିବା ଗଭୀର ନଳକୂପ କୁ ପୁନଃ କାର୍ଯ୍ୟକ୍ଷମ କରାଯିବା ପାଇଁ ଉଦ୍ୟମ ଆରମ୍ଭ କରାଯିବ ବୋଲି ସ୍ଥିର ହୋଇଛି। ଏହାସହ ପୋଖରୀ ଗୁଡିକରେ ଜଳଧାରଣ ପାଇଁ ପ୍ରୟାସ କରିବାକୁ ପଡିବ ବୋଲି କହିଛନ୍ତି।



Edited by k.s thakur...

Post a Comment

Previous Post Next Post